Latest Odisha News

ଜାତିସଂଘରେ ଭାରତର ଯୁବ ଚାମ୍ପିଅନ୍ ସଞ୍ଜନା, ଯୁବପିଢ଼ିଙ୍କୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଭାରତ ଯୁବ ଚାମ୍ପିଅନ୍ ଭାବରେ ଅଭିନେତ୍ରୀ ସଞ୍ଜନା ସାଂଘୀଙ୍କୁ ନିଯୁକ୍ତ କରାଯାଇଛି। ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଗ୍ରହଣ କରି ସଞ୍ଜନା ଶନିବାର ନ୍ୟୁୟର୍କରେ ମିଳିତ ଜାତିସଂଘର ଭବିଷ୍ୟତ କାର୍ଯ୍ୟ ଦିବସ ସମ୍ମିଳନୀରେ ଯୋଗ ଦେଇଥିଲେ।

ଗତ ଶନିବାର ନ୍ୟୁୟର୍କରେ ଫ୍ୟୁଚର ଆକ୍ସନ୍‌ ଡେଜ୍‌ର ଜାତିସଂଘ ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ସମ୍ମିଳନୀର ପ୍ରଥମ ଦିନର ଥିମ୍‌ ଥିଲା ‘ଭବିଷ୍ୟତ ପାଇଁ ଯୁବ ନେତୃତ୍ୱ: ସମସ୍ତଙ୍କ ପାଇଁ ଉତ୍ତମ ପୃଥିବୀର ପ୍ରତିଶ୍ରୁତିରେ ଆମେ ବିଶ୍ୱାସ କରୁ ।’ ଏହି ଅବସରରେ ଶିଖର ସମ୍ମିଳନୀରେ ମଞ୍ଚରେ ସଞ୍ଜନା ସମାଜରେ ପରିବର୍ତ୍ତନ ଆଣିବାର ଶକ୍ତି ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ‘ଆମେ କେବଳ ପରିବର୍ତ୍ତନର ଟେବଲରେ ଏକ ସ୍ଥାନ ମାଗୁଛୁ । ନିଯୁକ୍ତିର ବାସ୍ତବ ସୁଯୋଗ ମାଗୁଛୁ, ତାହା ଘରୋଇ ହେଉ ବା ସରକାରରେ, ଜାତିସଂଘରେ ହେଉ ବା ଏକାଡେମୀରେ । ଆମେ କେବଳ ଚାହୁଁଛୁ, ଆମ ସ୍ୱରକୁ ଣୁଣାଯାଉ । କାରଣ ଆମେ ଓ ଆମ ସ୍ୱର ଗୁରୁତ୍ୱପୂର୍ଣ୍ଣ । ଆମେ ପୃଥିବୀରେ ଯାହା ଦେଖିବାକୁ ଇଚ୍ଛା କରୁଛୁ, ସେହି ପରିବର୍ତ୍ତନର ସୁଯୋଗ ଆମକୁ ମିଳୁ, ଆମେ କେବଳ ତାହା ମାଗୁଛୁ ।’ ଗତ ମେ’ ମାସରେ ସଞ୍ଜନା ନ୍ୟୁୟର୍କ ସ୍ଥିତ ଜାତିସଂଘ ସାଧାରଣ ସଭା ଗସ୍ତ କରିଥିଲେ ।

ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ଜାତିସଂଘ ସାଧାରଣ ସଭାରେ ଠିଆ ହେବା ବାସ୍ତବରେ ଇତିହାସ ରଚିବା ଭଳି ଅନୁଭବ । ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଭାରତର ଜଣେ ୟୁଥ୍‌ ଚାମ୍ପିଅନ୍‌ ଭାବେ ସୁନ୍ଦର ଆସନ୍ତାକାଲି ନିମନ୍ତେ ମିଳିତ କାର୍ଯ୍ୟାନୁଷ୍ଠାନର ମ୍ୟାଜିକ୍‌ର ଅନୁଭବ ପାଇବାର ସୁଯୋଗ କୃତଜ୍ଞତା ଓ ଶିକ୍ଷଣର ମୁହୂର୍ତ୍ତ ।’ ୨୦୧୧ ମସିହାରେ ଫିଲ୍ମ ‘ରକ୍‌ଷ୍ଟାର’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସଞ୍ଜନା । ଏହା ପରେ ‘ହିନ୍ଦୀ ମିଡିୟମ୍‌’, ‘ଫୁକ୍‌ରେ ରିଟର୍ନସ୍‌’, ‘ଧକ୍‌ ଧକ୍‌’ ଓ ‘ଦିଲ୍‌ ବେଚାରା’ ଭଳି ଫିଲରେ ସେ ନଜର ଆସିଲେ । ସାଜିଦ ଅଲିଙ୍କ ‘ୱ ଭି ଦିନ୍‌ ଥେ’ରେ ଶେଷ ଥର ସେ ପରଦାରେ ନଜର ଆସିଥିଲେ ।

Leave A Reply

Your email address will not be published.