Latest Odisha News

ଆମେରିକା ଫେରାଇବ ଭାରତରୁ ଚୋରା ଚାଲାଣ ହୋଇଥିବା ପ୍ରାଚୀନ ମୂଲ୍ଯବାନ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେ କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ମଧ୍ଯ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଶେଷ ଉପହାର ଦେଇଛି ଆମେରିକା।

ଆମେରିକା ୨୯୭ଟି ପ୍ରାଚୀନ ମୂଲ୍ଯବାନ ସାମଗ୍ରୀ ଉପହାର ସ୍ବରୂପ ଫେରାଇଛି। ଯାହା ଭାରତରୁ ଚୋରା ଚାଲାଣ ହୋଇଥିଲା।

ଆମେରିକାରୁ ପୁରାତନ ମୂଲ୍ଯବାନ ସାମଗ୍ରୀ ମିଳିବା ପରେ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏସମ୍ପର୍କରେ ଜଣାଇଛନ୍ତି।

ତେବେ ୨୦୨୧ ମସିହାରେ ମୋଦିଙ୍କର ଆମେରିକା ଗସ୍ତ ସମୟରେ ମଧ୍ଯ ଦ୍ୱାଦଶ ଶତାବ୍ଦୀର ବ୍ରୋଞ୍ଜରେ ନିର୍ମିତ ନଟରାଜ ପ୍ରତିମୂର୍ତ୍ତି ସମେତ ୧୫୭ ଟି ମୂଲ୍ଯବାନ ସାମଗ୍ରୀ ଆମେରିକା ସରକାର ଫେରାଇ ଥିଲେ। ସେହିପରି ୨୦୨୩ ମସିହାରେ ଆମେରିକା ଗସ୍ତର କିଛି ଦିନ ପରେ ୧୦୫ଟି ପ୍ରାଚୀନ ଐତିହ୍ୟ ଭାରତ ଫେରି ପାଇଥିଲା।

 

Leave A Reply

Your email address will not be published.