Latest Odisha News

BREAKING NEWS

ଡ୍ରୋନ୍ ଚୁକ୍ତି ଏବଂ ସେମିକଣ୍ଡକ୍ଟର ପ୍ଲାଣ୍ଟ ଜରିଆରେ ଆହୁରି ମଜବୁତ ହେଲା ଆମେରିକା-ଭାରତ ସମ୍ପର୍କ

ଓ୍ୱାଶିଂଟନ: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ଭାଗିଦାରୀ ଉପରେ ଆଲୋଚନା କରିବା ସହ ଡ୍ରୋନ କିଣିବା ଏବଂ ମିଳିତ ସାମରିକ ଅଭ୍ୟାସ ଉପରେ ଦୁଇ ଦେଶ ବିଶେଷ ଧ୍ୟାନ ଦେଇଛନ୍ତି ।

ରାଷ୍ଟ୍ରପତି ବାଇଡେନ ଭାରତ ଦ୍ୱାରା ୩୧ଟି ଜେନେରାଲ ଆଟୋମିକ୍ସ ଏମକ୍ୟୁ-୯ବି ଡ୍ରୋନ୍ (୧୬ ସ୍କାଏ ଗାର୍ଡିଆନ୍ ଏବଂ ୧୫ ସି ଗାର୍ଡିଆନ୍) କିଣିବାକୁ ସ୍ୱାଗତ କରିଛନ୍ତି। ଯାହା ଭାରତୀୟ ସଶସ୍ତ୍ର ବାହିନୀର ଗୁଇନ୍ଦା, ନିରୀକ୍ଷଣ ଏବଂ ଅନୁସନ୍ଧାନ (ଆଇଏସଆର) କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ। ଆମେରିକା-ଭାରତ ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ଭାଗିଦାରୀ ପୂର୍ବ ଅପେକ୍ଷା ଅଧିକ ଘନିଷ୍ଠ ଓ ଦୃଢ଼ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯେତେବେଳେ ବି  ଭେଟ ହୁଏ ଉଭୟଙ୍କ ଆଲୋଚନା ସକରାତ୍ମକ ରହିଥାଏ। “

ଏହା ପୂର୍ବରୁ ଫେବୃଆରୀରେ ଆମେରିକା ଭାରତକୁ ୩.୯୯ ବିଲିୟନ ଡଲାର ବ୍ୟୟରେ ୩୧ଟି ଏମକ୍ୟୁ-୯ବି ଡ୍ରୋନ୍ ବିକ୍ରି କରିବାକୁ ମଞ୍ଜୁରୀ ଦେଇଥିଲା। ସେଥିମଧ୍ୟରୁ ଭାରତୀୟ ନୌସେନାକୁ ୧୫ଟି ସି ଗାର୍ଡିଆନ୍ ଡ୍ରୋନ୍ ମିଳିଥିବା ବେଳେ ଭାରତୀୟ ବାୟୁସେନା ଓ ସେନାକୁ ୮ଟି ଲେଖାଏଁ ସ୍କାଏ ଗାର୍ଡିଆନ୍ ଡ୍ରୋନ୍ ମିଳିବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନ୍ କୋଲକାତାରେ ଏକ ନୂତନ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ଆଲୋଚନା କରିଛନ୍ତି।

ହ୍ୱାଇଟ୍ ହାଉସ୍ ଘୋଷଣା କରିଛି ଯେ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ହୋଇଛି। ଯେଉଁଥିରେ ଜାତୀୟ ନିରାପତ୍ତା, ପରବର୍ତ୍ତୀ ପିଢ଼ିର ଟେଲିକମ୍ୟୁନିକେସନ୍ ଏବଂ ଗ୍ରୀନ ଏନର୍ଜି ବା ସବୁଜ ଶକ୍ତି ପ୍ରୟୋଗ ପାଇଁ ଉନ୍ନତ ଯୋଗାଯୋଗ ଏବଂ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ ଧ୍ୟାନ ଦିଆଯିବ।

ଏହି ଯୋଜନା ଦ୍ୱାରା ଭାରତର ସେମିକଣ୍ଡକ୍ଟର ମିଶନ ଏବଂ ୟୁଏସ ସ୍ପେସ୍ ଫୋର୍ସ ସହିତ ରଣନୈତିକ ଜ୍ଞାନକୌଶଳ ଭାଗିଦାରୀ ଲାଭବାନ ହେବ ।

ଉଲ୍ଲେଖଯୋଗ୍ୟ, ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି । ଆଜି ସେ ନ୍ୟୁୟର୍କରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ନ୍ୟୁୟର୍କରେ ଥିବା ସମୟରେ ମୋଦି ଲଙ୍ଗ୍ ଆଇଲ୍ୟାଣ୍ଡରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରଦିନ ଜାତିସଂଘ ସାଧାରଣ ପରିଷଦର ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ସମ୍ବୋଧିତ କରିବେ।

ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହ ଏକ ଗୋଲ ଟେବୁଲ ଆଲୋଚନା ଅନ୍ତର୍ଭୁକ୍ତ, ଯେଉଁଥିରେ ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ଭଳି ଉନ୍ନତ ଜ୍ଞାନକୌଶଳ ଉପରେ ଧ୍ୟାନ ଦିଆଯିବ ।

Leave A Reply

Your email address will not be published.