Latest Odisha News

ଅଲୋଡା ଶିଶୁ କନ୍ଯା; କ୍ୟାପିଟାଲ ହସ୍ପିଟାଲର ଡଷ୍ଟବିନରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଡଷ୍ଟବିନରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଡାକ୍ତରଖାନାର କିଛି ଲୋକ ଶିଶୁ କନ୍ୟାକୁ ଓଡ଼ିଶା ସରକାରଙ୍କ ପେଡିଆଟ୍ରିକ୍ ୱାର୍ଡ ନିକଟରେ ଥିବା ଡଷ୍ଟବିନ ଭିତରେ ପଡ଼ିଥିବାର ଦେଖିଥିଲେ। ପରେ ସେମାନେ ନବଜାତ ଶିଶୁଟିର ମୃତ୍ଯୁ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।

ପରେ ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ନବଜାତ ଶିଶୁକୁ ଚେକଅପ ପରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ତେବେ ପୋଲିସ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ କ୍ୟାପିଟାଲ ହସ୍ପିଟାଲରୁ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛନ୍ତି।

 

Leave A Reply

Your email address will not be published.