Latest Odisha News

BREAKING NEWS

ତିରୁପତି ପ୍ରସାଦ ବିବାଦ ମଧ୍ୟରେ ୪ ଦିନରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନି। ଏହାରି ମଧ୍ୟରେ କିନ୍ତୁ ପ୍ରସାଦ ବିକ୍ରି ହେବା କମିନାହିଁ। ପ୍ରାୟ ୪ ଦିନ ମଧ୍ଯରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ।

ଖବର ଅନୁଯାୟୀ ଦୈନିକ ୬୦,୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରୁଥିବା ଏହି ମନ୍ଦିରରେ ଗତ ଚାରି ଦିନ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି। ଏହି ସଂଖ୍ୟା ମନ୍ଦିରର ଦୈନିକ ହାରାହାରି ୩.୫୦ ଲକ୍ଷ ଲଡୁ ବିକ୍ରି ସହିତ ମେଳ ଖାଉଛି। ପ୍ରତିଦିନ ମନ୍ଦିରରେ ୩ ଲକ୍ଷରୁ ଅଧିକ ଲଡୁ ତିଆରି କରାଯାଏ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ଯେ ପୂର୍ବତନ YSRCP ସରକାର ସମୟରେ ଲଡୁରେ ପଶୁ ଚର୍ବି ବ୍ୟବହାର କରାଯାଇଥିଲା। କିନ୍ତୁ YSRCP ମୁଖ୍ୟ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ। ତେବେ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଥିଲା।

Leave A Reply

Your email address will not be published.