Latest Odisha News

ଓଡିଶାରୁ ନଡ୍ଡାଙ୍କ ନିଶାନା; କହିଲେ, ‘ଭାଇଭଉଣୀଙ୍କୁ ଆଉ କିଛି ଦିଶୁନି’

ଭୁବନେଶ୍ବର: ଓଡିଶାରୁ ବିରୋଧୀ ଦଳ ନେତାଙ୍କୁ ତେରଛା ନିଶାନା କରିଛନ୍ତି ଜେପି ନଡ୍ଡା । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ବର ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ । ଭାଇଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି । ଗୋଟେ ହେଲା ଦେଶର ବେକାରୀ ସମସ୍ୟା ଓ ଆଉ ଗୋଟେ ହେଲା ଦରଦାମ ବୃଦ୍ଧି । ଭାଇଭଉଣୀ ଦୁହେଁ ସବୁବେଳେ ସେହି ସମାନ କଥା କହୁଛନ୍ତି ।  ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ ବୋଲି କହି କଟାକ୍ଷ କରିଚନ୍ତି ନଡ୍ଡା ।

ଏଥିସହିତ ନଡ୍ଡା ଏହା ବି କହିଛନ୍ତି, ଭାରତରେ ୫ ହଜାର ଦଳ ଏବଂ ୫୦ରୁ ଅଧିକ ସକ୍ରିୟ ଦଳ ରହିଛନ୍ତି । ହେଲେ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ଆପଣମାନେ କଂଗ୍ରେସର ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି? ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ବିଜେପିରେ ନେତା ପୁଅ ନେତା ହୁଅନ୍ତିନି । ଏଠି ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ ବୋଲି କହିଛନ୍ତି ନଡ୍ଡା ।

Leave A Reply

Your email address will not be published.