Latest Odisha News

ଭାରତୀୟଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ ପରାମର୍ଶ ଦେଲେ ଦୂତାବାସ

ନୂଆଦିଲ୍ଲୀ: ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଅନୁରୋଧ କରିଛି ଭାରତ। ଇସ୍ରାଏଲ ଲେବାନନରେ ହିଜବୁଲ ଉପରେ ଆକ୍ରମଣ ଜାରି ରଖିଛି।

ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ) ଲେବାନନରେ ପ୍ରବେଶ କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଯାହାକୁ ନଜରରେ ରଖି ଭାରତ ନୂଆ ଆଡଭାଇଜରି ଜାରି କରିଛି।

ବେରୁତରେ ଥିବା ଭାରତୀୟ ଦୂତାବାସ ମଧ୍ୟ ନାଗରିକମାନଙ୍କୁ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଲେବାନନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ସେହିପରି ଲେବାନନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ମଧ୍ୟ ଲେବାନନ ଛାଡିବାକୁ କଡା ପରାମର୍ଶ ଦିଆଯାଇଛି।

ତେବେ ଇସ୍ରାଏଲର ଆକ୍ରମଣରେ ଲେବାନନରେ ଏପର୍ଯ୍ୟନ୍ତ ୬୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି।

ବେରୁତରେ ଥିବା ଭାରତୀୟ ଦୂତାବାସର ୱେବସାଇଟ୍ ଅନୁଯାୟୀ, ଲେବାନନରେ ପ୍ରାୟ ୪୦୦୦ ଭାରତୀୟ ନାଗରିକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀ, ନିର୍ମାଣ କ୍ଷେତ୍ର ଏବଂ କୃଷି ଫାର୍ମରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.