Latest Odisha News

BREAKING NEWS

ଉଜୈନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ..

ଉଜୈନ: ମଧ୍ୟପ୍ରଦେଶର ଉଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ । ପ୍ରବଳ ବର୍ଷା କାରଣରୁ ମହାକାଳ ମନ୍ଦିରର ପାଚେରୀ ଭୁଷୁଡି ପଡିଛି । ଏହା ତଳେ ଚାପି ହୋଇ ୨ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି ।

ଏଥିରେ ଆହତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପାଚେରୀ ତଳେ ଆଉ କିଛି ଲୋକ ଚାପି ହୋଇରହିଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମନ୍ଦିରର ଗେଟ୍‌ ନଂ.୪ ନିକଟବର୍ତ୍ତୀ ପାଚେରୀ ଭାଙ୍ଗିପଡ଼ିଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.