Latest Odisha News

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ପୋଲିସକୁ ମାଡ଼, ୯ ଅଟକ

ଭଦ୍ରକ: ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଆକ୍ରମଣ l ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆରେ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା । ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସକୁ ପଥର ମାଡ଼ କରିଥିଲେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ । ପଥରମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଉକ୍ତ ଘଟଣାରେ ୯ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଏହି ତୁମୁଳକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ତିହିଡ଼ି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ନେଇ ବିବାଦ ଉପୁଜିବାରୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଭଦ୍ରକ ସହରରେ ରାଲି କରି ରାସ୍ତା ଅବରୋଧ କରୁଥିଲେ। ଏହାକୁ ବାରଣ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲା ପୋଲିସ। ଆକ୍ରମଣରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ଘଟଣାସ୍ଥଳରେ ୩ ଥାନାର ଥାନାଧିକାରୀ ସମେତ ୭ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଥିଲେ ।

ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି । ଧାମନଗର ଏନଏସି, ଦୋବଲ ଓ ସଂଲଗ୍ନ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି । ୧୬୩ ଧାରା ଜାରି କରିଛନ୍ତି ଧାମନଗର ଉପଜିଲ୍ଲାପାଳ । ଧାମନଗର ଏନଏସି ଓ ଦୋବଲରେ ୧୬୩ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଆବଶ୍ୟକ ହେଲେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଧାମନଗର ଏସ୍‌ପି ।

ଅନ୍ୟପଟେ ଘଟଣାପରେ ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଛି । ଭଦ୍ରକ ଉତ୍ତେଜନାକୁ ପ୍ରଶମିତ କରିବାକୁ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି, ଏସ୍‌ପି, ଭଦ୍ରକ ବିଧାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.