Latest Odisha News

ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ ଜିଲ୍ଲାର ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏସ୍ପିଙ୍କୁ କଡା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଭଳି ପୋଲିସ୍ ବେପରୁଆ ହୋଇଯାଉଛି ସେନେଇ ବର୍ଷିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ପୋଲିସର କାମ ସୁରକ୍ଷା ଦେବା । ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାନ୍ତୁ। ଯଦି ଚୋର ଡାଳେ ଡାଳେ ଯାଉଛି ତାହାଲେ ପୋଲିସ୍ ପତ୍ରେ ପତ୍ରେ ଯାଉ । ନିଜର ଦାୟିତ୍ବକୁ ପୋଲିସ୍ ଗୁରୁତର ସହ ନେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଭରତପୁର ଥାନା ଘଟଣା ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପୁଣି ନିଜେ କିପରି ବିଧାୟକ ଥିବା ବେଳେ ପାୋଲିସ୍ ଦ୍ବାରା ହଇରାଣ ହୋଇଥିଲେ ସେ କଥା ବି କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଥାନାକୁ ଆସୁଥିବା ଲୋକଙ୍କ ସହ ଆଚରଣ ଓ ବ୍ୟବହାର ପୋଲିସ୍ ଭଲ ଭାବରେ କରୁ  । ମୁଁ ନିଜେ ଏହାର ଭୁକ୍ତ ଭୋଗୀ । ଲୋକଙ୍କ ସହ ଆଚରଣ ଭଲ କରିବା ଦ୍ବାରା ଅଧା ସମସ୍ୟା ସମଧାନ ହୋଇଥାଏ । ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଯେତେବେଳେ ବି ଆସିବେ , ରାତି ୨ରେ ଆସିଲେ ବି ଶୁଣିବେ । ଏହା ତାଙ୍କର କାମ । ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । କେବଳ  ୮/୧୦ ଘଣ୍ଟାରେ ସେମାନଙ୍କ ଡୁ୍ୟଟି ସୀମିତ ନରହୁ ୨୪ ଘଣ୍ଟା କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦବ୍ୟାଙ୍ଗ ବିକଳାଙ୍ଗ କଥା ଆଗ ଶୁଣନ୍ତୁ । ସକାରାତ୍ମକ ମନୋଭାବ ସହ କାମ କଲେ ସବୁ ସମ୍ଭବ ହେବ ବୋଲି ପୋଲିସମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହିତ, ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ଦିଆଯାଉ । ଏହାସହିତ ରାଜ୍ୟରେ ମହିଳା ବିରୋଧୀ ଅପରାଧ ନେଇ ଜିଲ୍ଲାୱାରୀ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସପ୍ତାହେ ଭିତରେ ଏସ୍‌ପିମାନେ ଏସର୍ମ୍ପିକତ ପେଣ୍ଡିଂ ମାମଲା ଜଣାନ୍ତୁ ବୋଲି ନିରଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କାଲି ଜିଲ୍ଲାପାଳକୁ ନେଇ ସମ୍ମିଳନୀ ହୋଇଥିଲା ବେଳେ ଆଜି ଏସ୍‌ପିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବା ଏସପିଙ୍କ ସହିତ ଲୋକସେବା ଭବନରେ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୫ ଜିଲ୍ଲାର ଏସ୍‌ପି ଏଥିରେ ଉପସ୍ଥିତ ନଥିଲେ । ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଏସ୍‌ପି ଉପସ୍ତିତ ରହିନଥିଲେ ।

Leave A Reply

Your email address will not be published.