Latest Odisha News

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୫ ଶ୍ରମିକ ଗୁରୁତର

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନା ଥିବା ସୂଚନା ମିଳିଛି ।

ତେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧ ୟୁନିଟ୍‌ରେ ଶନିବାର ସକାଳ ପ୍ରାୟ ସାଢେ ୯ଟା ବେଳେ ବିସ୍ଫୋରଣ ଘଟିଛି। ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡିଛି। ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍‌ ପ୍ଲାଣ୍ଟ କର୍ତ୍ତୃପକ୍ଷ ପାଖରୁ କୌଣସି ସୂଚନା ମିଳିନାହିଁ । ସେପଟେ ବାରମ୍ବାର ଷ୍ଟିଲପ୍ଲାଣ୍ଟରେ ଏଭଳି ଘଟଣା ଘଟିବା ଏବେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.