Latest Odisha News

ଇସ୍ରାଏଲ ଆକ୍ରମଣରେ ଗଲା ହିଜବୁଲ୍ଲା ମୁଖ୍ୟଙ୍କ ଜୀବନ!

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି ।  ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଶୁକ୍ରବାର  ବିଳମ୍ବିତ ରାତିରେ ଲେବାନନର ରାଜଧାନୀ ବେରୁଟରେ ଗୋଟେ ପରେ ଜୋଟେ ଗୁଳି ବର୍ଷା କରିଚାଲିଥିଲା ଇସ୍ରାଏଲ । ହେଜ୍‌ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ୟୁଏନଜିସିରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା।

ତେବେ ଏହାକୁ ନେଇ ଇସ୍ରାଏଲ ଦାବି କରିଛି ଯେ, ଏୟାର ଷ୍ଟ୍ରାଇକ ବେଳେ ହସନ ନସରଲ୍ଲାହ ମୁଖ୍ୟାଳୟରେ ଉପସ୍ଥିତ ଥିଲା ଏବଂ ବିସ୍ଫୋରଣରେ ତାର ମୃତ୍ୟୁ ଘଟିଛି । ଏନେଇ ଇସ୍ରାଏଲ ତାର ପୋଷ୍ଟରେ ଲେଖିଛି, ହସନ ନସରଲ୍ଲାହ ଏବେ ଆଉ ଦୁନିଆରେ ଆତଙ୍କ ଖେଳାଇପାରିବ ନାହିଁ । ଏଥିସହିତ ଆଇଡିଏଫ ପ୍ରବକ୍ତା ମଧ୍ୟ କହିଛନ୍ତି ଯେ, ଆମେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନେତା ହସନ ନସରଲ୍ଲାହ ଏବଂ ଦକ୍ଷିଣୀ ମୋର୍ଚ୍ଚା କମାଣ୍ଡର ଅଲ୍ଲୀ କରାକି ସମେତ ଅନ୍ୟ କମାଣ୍ତରଙ୍କୁ ମଧ୍ୟ ନିହତ କରିଛୁ । ତେବେ ଏହି ଖବରର ସତ୍ୟତା କେତେ? ତାହା ସ୍ପଷ୍ଟ ହୋଇ ନାହିଁ ।

ତେବେ ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି ଯେ, ଦକ୍ଷିଣ ବେରୁଟରେ ହିଜବୁଲ୍ଲା ହେଡକ୍ବାଟରରେ ଇସ୍ରାଏଲ ବିସ୍ଫୋରଣରେ ନସରଲ୍ଲାହ ଏବଂ ତାର ଝିଅ ଜେନବର ମୃତ୍ୟୁ ଘଟିଛି ।

 

Leave A Reply

Your email address will not be published.