Latest Odisha News

କୋହଲିଙ୍କୁ ପଛରେ ପକାଇଲେ ୱିଲିୟମସନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ନ୍ୟୁଜିଲାଣ୍ଡର ସିନିୟର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୧୧୪ ମ୍ୟାଚରେ ୮୮୭୧ ରନ କରିଥିବା ବେଳେ ୱିଲିୟମସନ ୧୦୨ ମ୍ୟାଚରେ ୮୮୮୧ ରନ ସଂଗ୍ରହ କରି ନେଇଛନ୍ତି । ୬ ବର୍ଷର କଡା ସଂଘର୍ଷ ପରେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ପଛରେ ପକାଇବାରେ ସଫଳ ହୋଇଛନ୍ତି । ସେ ତାଙ୍କ ୪୬ ରନ ଇନିଂସ ଅବସରରେ ଏହି ଉପଲବ୍ଧି ହାସଲ କରିଛନ୍ତି । ସର୍ବାଧିକ ରନ ସଂଗ୍ରହ ତାଲିକାରେ ସେ ୧୮ ଏବଂ କୋହଲି ୧୯ତମ ସ୍ଥାନରେ ରହିଛନ୍ତି ।

ସଚିନ ତେନ୍ଦୁଲକର ୧୫୯୨୧ ରନ ସହ ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ପଛକୁ ରିକି ପଟିଂ(୧୩୩୭୮) ଓ ଜ୍ୟାକ୍ସ କାଲିସ(୧୩୨୮୯) ରହିଛନ୍ତି ।ଏହା ପୂର୍ବରୁ ୱିଲିୟମସନ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ ରନ ସଂଗ୍ରହ କରିବା ଖେଳାଳି ହୋଇଥିଲେ । ସେ ରସ ଟେଲର(୧୮୧୯୯)ଙ୍କୁ ପଛରେ ପକାଇ ଦେଇଛନ୍ତି । ୱିଲିୟମସନ ଏବେ ୧୮୨୧୩ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି ।

Leave A Reply

Your email address will not be published.