Latest Odisha News

ଟ୍ରେନ୍ ରେ ଥାଇ ଜୋମାଟୋରୁ ଅର୍ଡର କରିପାରିବେ ଖାଦ୍ୟ…

ନୂଆଦିଲ୍ଲୀ: ଏବେ ଟ୍ରେନ୍ ରେ ବି ଖାଇ ପାରିବେ ନିଜ ମନ ପସନ୍ଦର ଖାଦ୍ୟ । ଯେପରି ଘରେ ବସି ଆପଣ ମାନେ ନିଜ ନିଜ ରୁଚି ମୁତାବକ ଖାଦ୍ୟ ଅର୍ଡର କରି ଖାଉଛନ୍ତି ସେହିପରି ଟ୍ରେନ୍ ରେ ମଧ୍ୟ ଠିକ୍ ସେହିପରି ଖାଇବା ଉପଲବ୍ଧ ହେବାରୁ ଯାଉଛି । ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନରେ ଜୋମାଟୋର ବ୍ୟବସ୍ଥା କରିଛି । ଯାହା ଦ୍ବାରା ଆପଣ ଏବେ ନିଜ ସିଟ୍‌ରେ ବସି ଆରାମରେ ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ ।

ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜୋମାଟୋ ଅନଲାଇନ ମାଧ୍ୟମରେ ୧୦୦ରୁ ଅଧିକ ରେଳ ଷ୍ଟସନରେ ଉପଲବ୍ଧ ହେଉଛି । ଯାତ୍ରୀଙ୍କ ପାଇଁ ଟ୍ରେନର ପ୍ରତି କୋଚ୍‌ ରେ ଖାଦ୍ୟ ପହଞ୍ଚାଯିବ । ତେବେ ଆପଣ ଯଦି ଯାତ୍ରା ସମୟରେ ଖାଇବା ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍‌ ରେ ଜୋମାଟୋ ଆପ୍‌ କୁ ଯାଇ କରି ଯେକୌଣସି ଖାଦ୍ୟ ଅର୍ଡର କରିପାରିବେ ।

ଯାତ୍ରୀମାନଙ୍କୁ ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ନିଜର ପିଏନଆର୍ ନମ୍ବର ଦେବାକୁ ପଡିବ ।

ଜୋମାଟୋ ସିଇଓ ଦିପେନ୍ଦର ଗୋୟଲ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରେଳ ନେଟୱାର୍କର 100 ରୁ ଅଧିକ ରେଳ ଷ୍ଟେସନରେ ଜୋମାଟୋ ମାଧ୍ୟମରେ ସିଧାସଳଖ ସର୍ଭିସ ଆରମ୍ଭ ହୋଇଛି । ରେଳ କୋଚରେ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ, ଏଥିପାଇଁ ଆମେ ଆଇଆରସିଟିସି ସହିତ ଆମର ସହଭାଗିତାକୁ ମଜବୁତ କରିଛୁ । ଆମେ ଟ୍ରେନରେ 10 ଲକ୍ଷ ଅର୍ଡର ପୂରଣ କରିସାରିଛୁ ।

Leave A Reply

Your email address will not be published.