Latest Odisha News

ଭଦ୍ରକ ବିଜେଡିରେ ବି ଫାଟ!, ବୁଝାଇଲେ ବବି

ଭଦ୍ରକ: ତୁଟୁନି ବିଜେଡି ବିବାଦ । ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ବେପରୁଆ ହୋଇଗଲେଣି । ଯେଉଁଠି ଦିନେ ମାଟି କାମୁଡି ପଡୁଥିଲେ । ଆଜି ଟିକିଏ କେଁ କିନା ହେଲା ବେଳକୁ ବି କନ୍ଦଳ ହେଇଯାଉଛି । ସମସ୍ତଙ୍କ ମୁହଁ ବି ଫିଟିଗଲାଣି । ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର ମଧ୍ୟରେ କଥା କଟାକଟି ଓ ମେଳାପ ଦେଖିବାକୁ ମିଳୁଛି । ଦଳ ଭିତରେ ବି ଗଢିଉଠିଲାଣି ନୂଆ ଗୋଷ୍ଠୀ ।

ଏବେ ଭୁବନେଶ୍ବର ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଭଦ୍ରକ ବିଜେଡି କଳି । ତେବେ ଭଦ୍ରକରେ ଗୋଷ୍ଠୀ କନ୍ଦଳ ଲାଗିରହିଥିବା ବେଳେ ଏବେ ଏହା ଶଙ୍ଖଭବନରେ ପହଞ୍ଚିଛି । ଆଜି ଶଙ୍ଖଭବନରେ ଭଦ୍ରକ ଜିଲ୍ଲା ସମୀକ୍ଷା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । କଥା ଆଗକୁ ବଢିବାରୁ ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ବୁଝାଇଥିଲେ ବବି ଦାସ ।

ସେପଟେ ଏହି ବିବାଦ ନେଇ ପ୍ରଶ୍ନ ଉଠିବାରୁ, ଏଥିରେ କୌଣସି ବିବାଦ ନାହିଁ । ଘର ଭିତରେ ଏମିତି ଘଟଣା  ହୁଏ ବୋଲି ସଫେଇ ଦେଇଛନ୍ତି ଦଳୀୟ ନେତା ।

Leave A Reply

Your email address will not be published.