Latest Odisha News

‘ମିଲ୍ ଚାହିଁଲେ ନେଇପାରିବେ ଅର୍ପଣ ଚାଉଳ’

ପୁରୀ: ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥଙ୍କୁ ଗାଡିରେ ଗାଁ ଗାଁ ବୁଲାଇ ଯେଉଁ ଚାଉଳ ଦାନ ଆକାରରେ ଗ୍ରହଣ କରାଯାଇଥିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନ । କ’ଣ ହେବ ସେ ସବୁ ଚାଉଳ? କ’ଣ ଏମିତି ପଡି କି ଖତ ହେବ? କାରଣ ଚାଉଳ ସଂଗ୍ରହ ହେବାର ପାଖାପାଖି ୬ମାସ ହୋଇଗଲାଣି ।

ତେବେ ଏହି ସବୁ ପ୍ରଶ୍ନ ଭିତରେ ଏବେ ସେସବୁ ଚାଉଳକୁ ମିଲକୁ ଦେବାକୁ ଯୋଜନା କରୁଛି ଜିଲ୍ଲା ପ୍ରଶାସନ । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ କହିଛନ୍ତି, କୌଣସି ମିଲ୍‌ ଚାହିଁଲେ ଏହି ଅର୍ପଣ ଚାଉଳକୁ ନେଇପାରିବେ । ଏ ବାବଦରେ ଯେଉଁ ଟଙ୍କା ଆସିବ ତାହା ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେବ ବୋଲି କହିଛନ୍ତି ଜିଲ୍ଳାପାଳ। ସେହିପରି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ହବିଷ୍ୟାଳିଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳ ମନ୍ତବ୍ୟ ରଖିଛନ୍ତି । ପାଖାପାଖି ଅଢ଼େଇ ହଜାର ମହିଳା ଆବେଦନ କରିପାରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

Leave A Reply

Your email address will not be published.