Latest Odisha News

BREAKING NEWS

କଡ଼ା ସୁରକ୍ଷାରେ ଜମ୍ମୁ-କାଶ୍ମୀରରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ

ଶ୍ରୀନଗର:ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ଶେଷ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି। ୭ ଜିଲ୍ଲାର ୪୦ ସିଟ୍‌ରେ ଚାଲିଛି ମତଦାନ। ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର। ସେପ୍ଟେମ୍ବର ୨୫ ତାରିଖରେ ଥିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ।

ଅନ୍ତିମ ପର୍ଯ୍ୟାୟରେ ୪୦ଟି ବିଧାନସଭା ଆସନରେ ମତଦାନ ଚାଲିଛି। ୪୦ଟି ଆସନ ମଧ୍ୟରୁ ଜମ୍ମୁର ୨୪ଟି ଏବଂ ଉତ୍ତର କାଶ୍ମୀରର ୧୬ଟି ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି। କାଶ୍ମୀରରେ ଇଣ୍ଡିଆ ମେଣ୍ଟ ଓ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସ ଏବଂ ଆୱାମୀ ଇତେହାଦ ପାର୍ଟି ମଧ୍ୟରେ ଚାଲିଛି ମୁକାବିଲା।

ଏହି ପର୍ଯ୍ୟାୟରେ କଂଗ୍ରେସ, ବିଜେପି, ଏନ୍‌ସି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନିର୍ବାଚନ ଦୌଡ଼ରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ବିଜେପିର ରାଜୀବ ଶର୍ମା, ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସତୀଶ ଶର୍ମା, ନରିନ୍ଦର ସିଂ ଭାଇ, କଂଗ୍ରେସର ରମଣ ଭଲ୍ଲା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସାମଲାଲ ଶର୍ମା, ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଅଜୟ ସା ସାଧୋତ୍ରା ଅଛନ୍ତି।

ସେହିପରିପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବାସୋଲି ଚୌଧୁରୀ ଲାଲ ସିଂ, ବିଜେପିର ଦର୍ଶନ ସିଂ, ପୂର୍ବତନ ମନ୍ତ୍ରୀ ହର୍ଷଦେବ ସିଂ, ବିଜେପି ପ୍ରାର୍ଥୀ ବଳବର ସିଂ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ପ୍ରାର୍ଥୀ ଗୁଲାବ ନବୀ ଆଜାଦ୍ ଏହି ଦୌଡରେ ସାମିଲ ଅଛନ୍ତି। ୨୦୧୪ରେ ବିଜେପି ଜାମ୍ମୁ ଡିଭିଜନର ୩୭ଟି ଆସନ ମଧ୍ୟରୁ ୨୫ଟିରେ ଏବଂ ଜମ୍ମୁ ଜିଲ୍ଲାର ୧୧ଟି ଆସନରୁ ୯ଟିରେ ବିଜୟୀ ହୋଇଥିଲା।

Leave A Reply

Your email address will not be published.