Latest Odisha News

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ; ହସ୍ପିଟାଲାରେ ଭର୍ତ୍ତି

ମୁମ୍ବାଇ: ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ। ଏହି ଗୁଳିଟି ତାଙ୍କ ବନ୍ଧୁକରୁ ବାହାରିଛି। ଆଜି ସକାଳେ ଅଭିନେତା ନିଜର କିଛି କାମ ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ସେ ନିଜ ବନ୍ଧୁକ ସଫା କଲା ବେଳେ ଗୁଳି ଫୁଟିଥିଲା। ଆଉ ଗୁଳିଟି ବାହାରି ନିଜ ଗୋଡକୁ ବାଜିଛି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଛି।

ସୂଚନା ଅନୁସାରେ ସକାଳ ୪.୪୫ ରେ ଏହି ଘଟଣା ଘଟିଛି। ଅଭିନେତା ସକାଳେ କୌଣସି ସ୍ଥାନକୁ ଯିବା ପାଇଁ ଘରୁ ବାହାରୁ ଥିଲେ ଏବଂ ତାଙ୍କର ହାତରୁ ଗୁଳି ଫୁଟିଯାଇ ତାଙ୍କ ଗୋଡରେ ବାଜିଥିଲା। ପରେ ସେ ଆହତ ହୋଇଥିଲେ। ଏହା ପରେ ତୁରନ୍ତ ତାଙ୍କୁ କ୍ରିତି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଗୋବିନ୍ଦାଙ୍କ ବନ୍ଧୁକ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଗୋବିନ୍ଦାଙ୍କ ଗୋଡରୁ ବହୁ ରକ୍ତସ୍ରାବ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଖରାପ ବୋଲି କୁହାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବର୍ତ୍ତମାନ ଆନ୍ଧେରିର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ଗୋଡକୁ ଗୁଳି ବାହାର କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Leave A Reply

Your email address will not be published.