Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲ୍ ରୁ ବାହାରିଲା ରାମ ରହିମ

ଚଣ୍ଡିଗଡ: ପୁଣି ଥରେ ପାରୋଲରେ ବାହାରିଛି ରାମ ରହିମ । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମ ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲ୍ ରୁ ବାହାରିଛି । ଆଜି ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ସେ ଜେଲ୍‌ ରୁ ବାହାରି ଉତ୍ତରପ୍ରଦେଶ ସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛି ।

ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନି ମଙ୍ଗଳବାର ଗୁରୁମିତ ରାମ ରହିମର ୨୦ ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ରାମ ରହିମ ଆଗରେ ତିନୋଟି ସର୍ତ୍ତ ରଖିଛନ୍ତି ।

ସେଗୁଡିକ ହେଲା ପାରୋଲ ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ । ଏଥିସହ ସୋଶିଆଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାମ ରହିମ ନାମରେ ସିରସା ଆଶ୍ରମରେ ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ୨୦୧୭ ମସିହାରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେ ହରିୟାଣାର ରୋହତକର ସୁନାରିଆ ଜେଲରେ ରହୁଛି । ତେବେ ଗତ ୪ ବର୍ଷ ମଧ୍ୟରେ ସେ ୧୧ ଥର ପାରୋଲରେ ବାହାରି ସାରିଛି ।

Leave A Reply

Your email address will not be published.