Latest Odisha News

୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ମନମୋହନ

ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବିଗତ ୨୪ ବର୍ଷର ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ । ନବୀନ ପ୍ରଥମେ ଗତ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି କହିଛନ୍ତି ମନମୋହନ ।

ମନମୋହନ କହିଛନ୍ତି, ନବୀନ ସରକାର କେତେ ପ୍ରତିଶ୍ରୁତି ଦେଇଥିଲେ ଆଉ କେତେ ପୂରଣ କରିଛନ୍ତି ତାହାର ହିସାବ ପ୍ରଥମେ ଦିଅନ୍ତୁ । ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛନ୍ତି । ଯଦି ନବୀନ ବାବୁ ଏହାକୁ ମିଛ କହୁଛନ୍ତି, ତାହେଲେ ସତ କଣ ଥରେ ଆମକୁ କୁହନ୍ତୁ । ସୁଭଦ୍ରା, ଧାନର ଏମ୍‌ଏସ୍‌ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ସବୁକିଛି ଏହି ୧୦୦ ଦିନରେ ପୂରଣ କରିଛୁ । ୧୦୦ ଦିନରେ ଏହା କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ଗଣମାଧ୍ୟମକୁ କହିଛନ୍ତି ମନମୋହନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଛନ୍ତି । ଏମିତି ଧିରେ ଧିରେ ବିଜେଡି ପୁରା ଖାଲି ହୋଇଯିବ । ବିଜେପିରେ ମିଶିବାକୁ ବିଜେଡି ନେତାଙ୍କର ବହୁ ଆବେଦନ ଆସୁଛି । ଏପରି ହେଲେ ତାଙ୍କ ଦଳ କିଛି ଦିନରେ ଶୂନ୍ୟ ହୋଇଯିବ । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଛନ୍ତି । ଏପରିକି ୨ ରାଜ୍ୟସଭା ସାଂସଦ ମଧ୍ୟ ମିଶିଛନ୍ତି । ଆଗକୁ ଆହୁରି ଅନେକ ନେତା ମିଶିବେ ବୋଲି କହିଛନ୍ତି ମନମୋହନ ।

Leave A Reply

Your email address will not be published.