Latest Odisha News

BREAKING NEWS

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ: ସପ୍ତାହ ମଧ୍ୟରେ ୫ ମୃତ, ୩୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ଥମୁନି ଝାଡାବାନ୍ତି ଆତଙ୍କ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ପରେ ଏବେ ରାୟଗଡାରେ ବ୍ୟାପି ଚାଲିଛି ଝାଡାବନ୍ତି। ରାୟଗଡ଼ା ଜିଲ୍ଲା ଦୁର୍ଗାପାଙ୍ଗାରେ ମହାମାରୀର ରୂପ ନେଉଛି ଝାଡ଼ାବାନ୍ତି । ସପ୍ତାହ ମଧ୍ୟରେ ଗଲାଣି ୫ ଜଣଙ୍କ ଜୀବନ। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେସରକାରୀ ଭାବେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

କନ୍ଧମାଳ ରାୟଗଡା ଜିଲ୍ଲା ସୀମାନ୍ତ କୋଟଗଡ ବ୍ଲକର ଦୁର୍ଗାପାଙ୍ଗା ପଞ୍ଚାୟତରେ ବ୍ୟାପୁଛି ଝାଡ଼ାବାନ୍ତି। କାଣୀବାରୁ, ସିନ୍ଧିବାଲି,ବାଡ଼ିପାଙ୍ଗା, ଭାଲୁଗୁଡା, ଡିମିଲୀ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଏବେବି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏବେ ୩୧ରୁ ଅଧିକ ଆକ୍ରାନ୍ତ କୋଟଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗର ୫ଟି ଟିମ୍ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ମେଡିକାଲ୍‌ ଟିମ୍‌ ଘରକୁ ଘର ବୁଲି ନମୂନା ସଂଗ୍ରହ କରୁଛି। ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ମେଡ଼ିସିନ୍‌ ଯୋଗାଇ ଦିଆଯାଉଛି। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ମେଡ଼ିକାଲ୍‌ ଟିମ୍‌। ହେଲେ କେଉଁ କାରଣ ଗାଁରେ ଝାଡ଼ାବାନ୍ତି ବ୍ୟାପିଲା, ତାହା ଜଣାପଡ଼ି ନାହିଁ।

ସୂଚନ ଥାଉକି କିଛି ଦିନ ପୂର୍ବେ ବଲାଙ୍ଗୀର ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିଲା। ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିଲେ।

Leave A Reply

Your email address will not be published.