Latest Odisha News

BREAKING NEWS

ବବିଙ୍କ ଇସାରା ପରେ ମୁହଁ ଖୋଲିଲେ ସୁଜାତା, କହିଲେ ‘ଇସ୍ତଫା ଦେବାର ନାହିଁ’

ଭୁବନେଶ୍ବର: ଉଠୁଛି ପଡୁଛି ଯାଜପୁର ରାଜନୀତି  । ଖୋଲା ମଇଦାନରେ ବବିଙ୍କ ରଣହୁଙ୍କାର ପରେ ସୁଜତା ଦେଲେ ସଫେଇ । କହିଲେ, ମୋର ଇସ୍ତଫା ଦେବାର ନାହିଁ, କି ବବିଙ୍କୁ ଉପନିର୍ବାଚନ ବି ଲଢିବାର ନାହିଁ । ସେ ଯାଜପୁର ପାଇଁ ଲଢିବାକୁ କହିଛନ୍ତି, ଉପନିର୍ବାଚନ ନୁହେଁ ।

ତେବେ ଗତକାଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ପୁଣି ଉପନିର୍ବାଚନ ଲଢିବା ପାଇଁ ଖୋଲା ସଭାରେ ରଣହୁଙ୍କାର ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥିଲା ଯେ କ’ଣ ପୁଣି ଯାଜପୁର ଲଢିବେ? କ’ଣ ଉପନିର୍ବାଚନ ହେବ? କାହିଁକି ପୁଣି ଲଢିବା ପାଇଁ ହୁଙ୍କାର ଭରିଲେ ବବି ? ଏମିତି ଅନେକ କିଛି ପ୍ରଶ୍ନ ଭିତରେ ଏହାକୁ ନେଇ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ । ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏକଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ସୁଜାତା । ମୁଁ କେବେ ବି ଇସ୍ତଫା ଦେବା ପାଇଁ କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି ସୁଜାତା ।

ତେବେ କହିରଖୁଛୁ ଗତକାଲି ବବି କହିଥିଲେ, ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି। ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି ଯାଜପୁର ସଭାରେ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧନ କରି କହିଥିଲେ ବବି।

Leave A Reply

Your email address will not be published.