Latest Odisha News

ଘନଉଛି ମଧ୍ୟ ପ୍ରାଚୀର ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ନେତା ସାଫିଦିନ ନିହତ

ନୂଆଦିଲ୍ଲୀ: ଘନେଇବାରେ ଲାଗିଛି ମଧ୍ୟ ପ୍ରାଚୀର ଯୁଦ୍ଧ । ଗତ ସପ୍ତାହରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଇସ୍ରାଏଲ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବାବେଳେ ଏବେ ଆଉ ଜଣେ ଟପ୍‌ ହେଜବୁଲ୍ଲା ଲିଡର ନିପାତ ହୋଇଛି। ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର ନୂତନ ନେତା ସାଫିଦିନ ନିହତ ହୋଇଥିବା ନେଇ ସୂଚନା ମିଳିଛି । ବେରୁତରେ ବଙ୍କରରେ ଲୁଚିଥିବା ବେଳେ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ନେଇ ସୂଚନା ମିଳିଛି । ନିହତ ହିଜବୁଲ୍ଲା ମୁଖ୍ୟ ନସରଲାର ଉତ୍ତରାଧିକାରୀ ହାସିମ ସାଫିଦିନ୍ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ନେତା ହାସନ ନସରଲ୍ଲାର ମୃତ୍ୟୁ ହୋଇଥିଲା। ଇସ୍ରାଏଲର ଏହି ଆକ୍ରମଣ ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିଲା। ନସରଲ୍ଲାର ମୃତ୍ୟୁ ପରେ ହିଜବୁଲ୍ଲା ତାର ନୂଆ ମୁଖିଆ ଘୋଷଣା କରିଥିଲା । ନସରଲ୍ଲାର ସଂପର୍କୀୟ ଭାଇ ହାସିମ ସାଫିଦିନକୁ ହିଜବୁଲ୍ଲା କମାଣ୍ଡର ଭାର ଦିଆଯାଇଥିଲା । ନସରଲ୍ଲା ଏବଂ ନାଏମ କାସୀମଙ୍କ ସହ ହିଜବୁଲ୍ଲାର ଶ୍ରେଷ୍ଠ ତିନି ନେତାଙ୍କ ମଧ୍ୟରେ ସାଫିଦିନଙ୍କୁ ଗଣାଯାଇଥାଏ। ୨୦୧୭ରେ ଆମେରିକା ଦ୍ୱାରା ସାଫିଦିନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଗତକାଲି ଲେବାନନର ବେରୁତ ସହରରେ ଇସ୍ରାଏଲ ପକ୍ଷରୁ ଘନ ଘନ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏହି ଏୟାରଷ୍ଟ୍ରାଇକରେ ସାଫିଦିନ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଦକ୍ଷିଣ ଲେବାନନରେ ଭୀଷଣ ସଂଘର୍ଷ ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ଇସ୍ରାଏଲର ସିରିଜ ବୋମା ମାଡ଼ରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୧ ଜଣ ଆହତ ହୋଇଛନ୍ତି ।  ବେରୁଟରେ ଇସ୍ରାଏଲ ଘନ ଘନ ଏୟାରଷ୍ଟ୍ରାଇକ କରିଛି । ବେରୁଟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବାହାରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ହିଜବୁଲ୍ଲା ଗୁଇନ୍ଦା ମୁଖ୍ୟାଳୟ ଉପରେ ମଧ୍ୟ ଇସ୍ରାଏଲ ଆଟାକ କରିଥିବା କୁହାଯାଉଛି ।  ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନରେ ଲେବାନନର ଦୁଇ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ସେପଟେ ଦକ୍ଷିଣ ଲେବାନନରେ ବାସିନ୍ଦାଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.