Latest Odisha News

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ ସାଉଥ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ। ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ ହେଉଥିଲେ। ଅକ୍ଟୋବର ୩ରେ ତାଙ୍କ ବାସ ଭବନରେ ଦେହାନ୍ତ କରିଛନ୍ତି।

ପାର୍କିନ୍ସନ୍ ନାମକ ରୋଗ ଯୋଗୁଁ ମାଲାୟାଲମ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ଏହି ରୋଗ ମାନବ ଶରୀରର ଗତିବିଧିକୁ କ୍ଷତି ପହଞ୍ଚାଏ ଏବଂ ଏହାକୁ ଶରୀର ଭିତ ଅଂଶ ଖରାପ କରିଦିଏ। ମୋହନ ରାଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପରିବାର ତାଙ୍କ ଚିକିତ୍ସା ଘରେ କରୁଥିଲେ।

ମୋହନ ରାଜଙ୍କ ଅକାଳ ବିୟୋଗ ପରେ ତାଙ୍କ ସାଙ୍ଗ ଏବଂ ପ୍ରଶଂସକମାନେ ସେମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି। ଆଉ କିଛି ପ୍ରଶଂସକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସମବେଦନା ଜଣାଇ ଲେଖିଛନ୍ତି, ‘ମୋହନ ରାଜଙ୍କୁ ଶ୍ରଦ୍ଧାଞ୍ଜଳି।’ ସୂଚନା ଥାଉକି ଭେଟେରାନ୍ ଅଭିନେତା ମୋହନ ରାଜ ତାମିଲ, ତେଲୁଗୁ ଏବଂ ମାଲାୟାଲମର ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି।

 

Leave A Reply

Your email address will not be published.