Latest Odisha News

ଏହି ସ୍ଥାନରେ ମା’ ଦୁର୍ଗାଙ୍କ ପରିବର୍ତ୍ତେ ପୂଜା ପାଏ ମହିଷାସୁର

ଭୁବନେଶ୍ୱର: ଦୁର୍ଗା ପୂଜାରେ ସବୁ ସ୍ଥାନରେ ପୂଜା ପାଆନ୍ତି ମା’ ଦୁର୍ଗା । ସାରା ଦେଶ ମା’ଙ୍କ ଆଗମନର ଉଲ୍ଲାସ ମନାଇଥାଏ । କିନ୍ତୁ ଆମ ଦେଶରେ କିଛି ସ୍ଥାନରେ ଦୁର୍ଗା ପୂଜା ଅବସରରେ ମା’ ଦୁର୍ଗା ନୁହନ୍ତି, ବରଂ ଆସୁରରାଜ ମହିଷାସୁରକୁ ପୂଜା କରା ଯାଇଥାଏ । ଅସୁର ରାଜ ମହିଷାସୁରକୁ ଦେବୀ ଦୁର୍ଗା ବଧ କରିଥିଲେ । କିନ୍ତୁ କିଛି ଆଦିବାସୀ ସମୁଦାୟ ମହିଷାସୁରକୁ ତାଙ୍କର ପୂର୍ବଜ ବୋଲି ବିଶ୍ୱାସ କରନ୍ତି, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଛତିଶଗଡର କିଛି ଆଦିବାସୀ ସମ୍ପ୍ରଦାୟ ମହିଷାସୁରକୁ ପୂଜା କରିଥାନ୍ତି ।

ସେମାନେ ବିଶ୍ୱାସ କରନ୍ତି ଯେ, ଦେବୀ ଦୁର୍ଗା ଛଳନା କରି ମହିଷାସୁରକୁ ବଧ କରିଥିଲେ । ମହିଷାସୁର ତାଙ୍କର ପୂର୍ବଜ ଥିଲେ ଏବଂ ଦେବୀ ଦୁର୍ଗା ଅସୁର ରାଜ ନୁହେଁ ବରଂ ତାଙ୍କର ପୂର୍ବଜର ସଂହାର କରିଥିଲେ । ଝାଡଖଣ୍ଡ ଗୁମଲର ପାହାଡିଆ ଅଞ୍ଚଳରେ ଅସୁର ନାମକ ଜନଜାତି ରୁହନ୍ତି । ଅସୁର ଜନଜାତି ମହିଷାସୁରକୁ ତାଙ୍କର ପୂର୍ବଜ ମାନିଥାନ୍ତି । ଝାଡଖଣ୍ଡର ସିଂହଭୂମ ଅଞ୍ଚଳରେ ମଧ୍ୟ କିଛି ଜନଜାତି ମହିଷାସୁରଙ୍କୁ ପୂର୍ବଜ ମାନିଥାନ୍ତି । ଏହି ଅଞ୍ଚଳରେ ନବରାତ୍ର ସମୟରେ ମହିଷାସୁର ନିଧନ ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗର କାଶିପୁର ଅଞ୍ଚଳରେ ମଧ୍ୟ ଆଦିବାସୀ ସମୁଦାୟର ଲୋକ ମହିଷାସୁର ନିଧନ ଦିବସ ଧୂମଧମ୍ ରେ ପାଳନ କରିଥାନ୍ତି ।

ଅସୁର ଆଦିବାସୀ ସମୁଦାୟ ବିଶ୍ୱାସ କରନ୍ତି ଯେ, ଦେବୀ ଦୁର୍ଗା ଏବଂ ମହିଷାସୁରଙ୍କ ମଧ୍ୟରେ ଯୁଦ୍ଧ ପ୍ରକୃତରେ ଆର୍ଯ୍ୟ ଏବଂ ଅଣ ଆର୍ଯ୍ୟମାନେ ମହିଷାସୁରକୁ ହତ୍ୟା କରିଥିଲେ ।କିନ୍ତୁ ଅସୁର ଜନଜାତିର ଲୋକମାନେ ମହିଷାସୁରକୁ ତାଙ୍କର ପୂର୍ବଜ ମାନିଥାନ୍ତି । ଅସୁର ଜନଜାତି ର ଲୋକ ନବରାତ୍ର ସମୟରୁ ଦଶ ଦିନ ପର୍ଯ୍ୟନ୍ତ ଶୋକ ମନାଇଥାନ୍ତି । ଏହି ସମୟରେ କୌଣସି ପ୍ରକାର ରୀତିନୀତି ଏବଂ ପୂଜାର୍ଚ୍ଚନା ପାଳନ ହୋଇ ନଥାଏ । କିଛି ଆଦିବାସୀ ବିଶ୍ୱାସ କରନ୍ତି ଯେ, ମହିଷାସୁରର ପ୍ରକୃତ ନାମ ହୁଡୁର ଦୁର୍ଗା ଥିଲା । ସେ ଜଣେ ବୀର ଯୋଦ୍ଧା ଥିଲା । ମହିଷାସୁର ମହିଳାଙ୍କ ଉପରେ ଅସ୍ତ୍ର ଉଠାଇ ନଥିଲା । ସେଥିପାଇଁ ଦେବୀ ଦୁର୍ଗାଙ୍କୁ ଆଗକୁ ଅଣା ଯାଇଥିଲା ଏବଂ ସେ ଛଳନା କରି ତାକୁ ହତ୍ୟା କରିଥିଲେ ।

ଏହି ଜନଜାତିର ଲୋକମାନେ ପିଲା ମାନଙ୍କୁ ମହିଷାସୁର କାହାଣୀ କୁହନ୍ତି ଏବଂ ଏହିପରି ମହିଷାସୁରକୁ ନିଜର ପୂର୍ବଜ ଭାବରେ ବିବେଚିତ କରିବାର ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଛି । ସେମିତି ପଶ୍ଚିମବଙ୍ଗରେ ମଧ୍ୟ ରହୁଥିବା ଜନଜାତି ମାନେ ନବରାତ୍ର ସମୟରେ ମହିଷାସୁରର ଶୋକ ପାଳିଥାଆନ୍ତି । ଏହି ଜନଜାତିର ଲୋକମାନେ ମାଟିରେ ନିର୍ମିତ ଖେଳନା ସହିତ ଖେଳନ୍ତି ଏବଂ ସେମାନେ ଦେବୀ ଦୁର୍ଗାଙ୍କ ବାହନ ସିଂହର ବେକକୁ ମୋଡ଼ି ଦିଅନ୍ତି । ଦେବୀ ଦୁର୍ଗାଙ୍କ ବାହନ ସିଂହ ହୋଇଥିବାରୁ ସେମାନେ ଏହିପରି କରନ୍ତି । ସେଥିପାଇଁ ଅସୁର ଜନଜାତିର ଲୋକ ମାନେ ସିଂହକୁ ଘୃଣା କରନ୍ତି ।

Leave A Reply

Your email address will not be published.