Latest Odisha News

‘ଭବିଷ୍ୟତରେ ବାୟୁସେନାର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସ୍ବଦେଶୀ ହେବ’

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଶାନ୍ତିର ପରିସ୍ଥିତି ଦେଖାଦେଇଛି ଏବଂ ବିଶ୍ବ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ପରି ମନେ ହେଉଛି । ଏଭଳି ସମୟରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଉଛି । ଏହି କ୍ରମରେ ଭାରତୀୟ ବାୟୁସେନା ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି ।

ବାୟୁସେନା ଭାରତରେ ଆବଶ୍ୟକ କରୁଥିବା ସମସ୍ତ ସାମଗ୍ରୀ ତିଆରି କରିବାକୁ ଚିନ୍ତା କରୁଛି । ଏହି କାମକୁ ଶେଷ କରିବାକୁ ବାୟୁସେନା ମଧ୍ୟ ସମୟ ସ୍ଥିର କରିଛି । ଏନେଇ ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ପାଳନ କରାଯାଏ । ଏହାର କିଛି ଦିନ ପୂର୍ବରୁ ଏପି ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ଭୌଗୋଳିକ ତିକ୍ତତା ଏବଂ ବିବାଦ ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଭବିଷ୍ୟତର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ ରହିବା ଆବଶ୍ୟକ । ସେ କହିଛନ୍ତି ଯେ ୨୦୪୭ ସୁଦ୍ଧା ବାୟୁସେନା ଭାରତରେ ଏହାର ସମସ୍ତ ସାମଗ୍ରୀ ଉତ୍ପାଦନ କରିବାକୁ ଚିନ୍ତା କରୁଛି ।

ସେ ଏହୁରି କହିଛନ୍ତି ଯେ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ଭିତ୍ତିଭୂମି ନିର୍ମାଣ କରୁଛି । ବିଶେଷ କରି ଲଦାଖ କ୍ଷେତ୍ରରେ ଚୀନ୍ ଏହି କାର୍ଯ୍ୟ କରୁଛି ।

ସେହିପରି ଋଷ ମଧ୍ୟ ଭାରତକୁ ତିନୋଟି ୟୁନିଟ୍ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି । ଆସନ୍ତା ବର୍ଷ ସୁଦ୍ଧା ଏସ୍-୪୦୦ ର ଅବଶିଷ୍ଟ ଦୁଇଟି ୟୁନିଟ୍ ଯୋଗାଇବାକୁ ଋଷ ପ୍ରତିଶୃତି ଦେଇଛି ।

Leave A Reply

Your email address will not be published.