Latest Odisha News

ଅନୁପ୍ରବେଶ ସମୟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲାର ଗୁଗଲଧର ଅଞ୍ଚଳରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ଭାରତୀୟ ସେନାର ଚିନାର କର୍ପସ ସୂଚନା ଦେଇଛି ।

ଖବର ଅନୁସାରେ, ଗତକାଲି ଗୁଗଲଧର ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ କିଛି ଆତଙ୍କବାଦୀ । ଏନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ସମସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୂରା ଅଞ୍ଚଳକୁ ଘେରି ରହିଥିଲା ସୁରକ୍ଷା ବାହିନୀ ।

ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ପାଲଟା ଜବାବ ଦେଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

Leave A Reply

Your email address will not be published.