Latest Odisha News

‘୪ ଜଣଙ୍କ କଥାରେ ଚାଲୁଛି ଓଡିଶା ଶାସନ’

ସମ୍ବଲପୁର: ଓଡିଶା ଶାସନ ୪ ଜଣଙ୍କ ହାତରେ ଚାଲୁଛି । ଦିଲ୍ଲୀରେ ଜଣେ, ଆଉ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ନେତା ଓଡିଶାରେ ସରକାର ଚଳାଉଛନ୍ତି । ଏମିତି କିଛି ବିବାଦୀୟ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ସମ୍ବଲପୁର ରେଢାଖୋଲରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସନ୍ନ କହିଛନ୍ତି, ଦିଲ୍ଲୀରେ ଜଣେ ଆଉ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣ ନେତା ସରକାର ଚଲାଉଛନ୍ତି । ଏହି ଦୁଇ ଜଣ ନେତା ସେମାନଙ୍କ ବନ୍ଧୁ ତେଣୁ ସେମାନଙ୍କ ନାଁ ନେଇ ହେବନାହିଁ ବୋଲି କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ। ଖାଲି ସେତିକି ନୁହେଁ ଏହି ୪ ଜଣଙ୍କ ପାଖରୁ କାଳେ ଅର୍ଡର ଆସିଲେ ହିଁ ଓଡିଶାରେ ସରକାରରେ କାମ ହୁଏ ବୋଲି ସେ ଦାବି କରିଛନ୍ତି । ତେଣୁ ରାଜ୍ୟ ସରକାରରେ ବହୁତ ଫାଇଲ୍ ୩ ମାସ ଯାଏଁ ପଡ଼ି ରହୁଛି ବୋଲି କହି ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରସନ୍ନ ।

ତେବେ ଏନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.