Latest Odisha News

BREAKING NEWS

ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ତାଙ୍କୁ ଚିକିତ୍ସା କରୁଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୁତି ଭୁଷଣ ନାୟକଙ୍କ ସହ ଆଲୋଚନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗତକାଲି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୋଲିସକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଥିଲା ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। କୌଣସି କାରଣକୁ ଝରାପାଲି ଗାଁରେ ନେଇ ଗଣ୍ଡଗୋଳ ହୋଇଥିଲା। କନଷ୍ଟେବଲ ସରୋଜଙ୍କ ସହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଟିମ୍‌ ଉପରକୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରିଥିଲେ। ସରୋଜଙ୍କ ପାପୁଲିରେ ଆଘାତ ଲାଗିବା ସହ ପାପୁଲି ଅଧା କଟିଯାଇଥିଲା।

Leave A Reply

Your email address will not be published.