Latest Odisha News

ମହଙ୍ଗା ପଡିଲା ଦାଦାବଟି ମାଗିବା, ପୁଣି ଗିରଫ ହେଲା ରଘୁଆ

ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଦାଦା ମାନଙ୍କର ଦାଦାଗିରି । ଦାଦାବଟି ନ ଦେବାରୁ ଲୋକଙ୍କୁ ଦେଖାଉଛନ୍ତି ନାଲିଆଖି । ଜେଲରୁ ଫେରି ଦାଦାବଟି ମାଗୁଥିବା ଦାଦାକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ, ଏୟାରଫିଲ୍ଡ ଚଣ୍ଡୀ ବଜାର ନିକଟରେ ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ ଓରଫ୍ ରଘୁଆ । ଦୋକାନୀ ବଟି ଦେବାକୁ ମନା କରିବାରୁ ଏକ ଟ୍ରକରେ ଦୋକାନ ଆଗରେ ପଥର ଗଦାଇଥିଲା ଅଭିଯୁକ୍ତ । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା । ପରେ ଅଭିଯୁକ୍ତ ରଘୁନାଥଙ୍କୁ କାବୁ କରିଛି ପୋଲିସ । ପୋଲିସ ରେକର୍ଡ ଅନୁସାରେ ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ମଧ୍ୟ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ରଘୁଆକୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.