Latest Odisha News

ପ୍ରସନ୍ନଙ୍କୁ କଡା ଉତ୍ତର ଦେଲେ ସମୀର, କହିଲେ କୋଣ ଠେସା ଭୁଲି ଗଲଣି…….

ଭୁବନେଶ୍ବର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ନିକ ଏକ୍ସ ଆକାଉଣ୍ଟରେ ପ୍ରସନ୍ନଙ୍କ ଉପରେ ବର୍ଷିଛନ୍ତି ।

ଏନେଇ ସମୀର କହିଛନ୍ତି, ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ବୀକାର କରିପାରୁ ନାହାନ୍ତି । ବିଜେପିର ଲୋକକଲ୍ୟାଣରେ ଇର୍ଷାନ୍ବିତ ହୋଇ ପ୍ରସନ୍ନ ଏପରି ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ସମୀର । ଏଥିସହିତ ନବୀନ ବାବୁଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ନିଜ କଥା ନା ପାର୍ଟିର ବୋଲି ପ୍ରଶ୍ନ କରିଛନ୍ତି ସମୀର । ଚଳିତ ନିର୍ବାଚନ ସମୟରେ ବିଜେଡି ଯେପରି ପ୍ରସନ୍ନଙ୍କୁ କୋଣଠେସା କରି ଟିକେଟ୍ ଦେଉନଥିଲା ? ଏ କଥାକୁ ଆପଣ ଭୁଲି ଯାଉଛନ୍ତି ।ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି କି ?

ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ଆପଣ କହୁଛନ୍ତି ତେବେ ସେ ଗତ ନିର୍ବାଚନରେ ଲଢୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ୧୬ ହଜାର ଭୋଟରେ ହାରିଲେ କେମିତି ? ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନ କରିବା ପରାଜୟର କାରଣ ନୁହେଁ କି ? ବୋଲି ପ୍ରଶ୍ନ କରିଛନ୍ତି ସମୀର । ଏଡା ସହିତ ଏବେ ବି ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟଭାବେ ଦେଖାଯାଉଛି ବୋଲି ସେ କହିଛନ୍ତି ।

ତେବେ କହିରଖୁଛୁ, ଏହି ନିକଟ ଅତୀତରେ ପ୍ରସନ୍ନ କହିଥିଲେ, ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । ବିଜେଡି ସରକାରକୁ କେବଳ ନବୀନ ପଟ୍ଟନାୟକ ଚଲାଉଥିବା ବେଳେ ବିଜେପିରେ ୪ଟା ସରକାର ବୋଲି ସମ୍ବଲପୁର ରେଢ଼ାଖୋଲରେ ଦଳୀୟ କାର୍ଯ୍ୟକ୍ରମରେ କହିଥିଲେ । ଦିଲ୍ଲୀରେ ଜଣେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣ ନେତା ସରକାର ଚଲାଉଛନ୍ତି । ଏହି ୪ ଜଣଙ୍କ ପାଖରୁ ଅର୍ଡର ଆସିଲେ ହିଁ ସରକାରରେ କାମ ହୁଏ ବୋଲି ସେମାନଙ୍କ ନାଁ ନନେଇ ଆକ୍ଷେପ କରିଥିଲେ ପ୍ରସନ୍ନ ।

Leave A Reply

Your email address will not be published.