Latest Odisha News

ପୁଣି ଶିମିଳିପାଳ ଭ୍ରମଣର ମଜା ନେବେ ପର୍ଯ୍ୟଟକ, ଏହି ଦିନ ଠାରୁ ଖୋଲିବ..

ମୟୂରଭଞ୍ଜ: ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ । ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷା ଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା ।

ରିପୋର୍ଟ ମୁତାବକ, ଗତବର୍ଷ ୨୦୨୨-୨୩ରେ ୪୧ ହଜାରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିବାବେଳେ, ଚଳିତବର୍ଷ ୨୦୨୩-୨୪ରେ ମାତ୍ର ୨୫ ହଜାର ୮୪୬ ଜଣ ପର୍ଯ୍ୟଟକ ଆସିଛନ୍ତି । ଯାହା ଗତ ବର୍ଷ ତୁଳନାରେ ବହୁତ କମ୍ ଅଟେ ।

ଅକ୍ଟୋବର ୧୦ରେ ଶିମିଳିପାଳ ଖୋଲିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Leave A Reply

Your email address will not be published.