Latest Odisha News

ଇତିହାସ ରଚିବ ସୁଭଦ୍ରା: ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତେବେ ଆକାଉଣ୍ଟକୁ ୧ ଟଙ୍କା ଯାଇଥିବା ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହା ପାଖକୁ ୧ ଟଙ୍କା ଯାଇଥାଇପାରେ, କାହା ପାଖକୁ ଅଧିକ ଯାଇଥାଇପାରେ ଆଉ କାହା ପାଖକୁ ଯାଇ ନ ଥାଇପାରେ । କିନ୍ତୁ ଯେଉଁମାନେ କ୍ଲିୟର ଅଛନ୍ତି, ସେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଶ୍ୱସ୍ତ ରୁହୁବା ସହ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡା ।

ଆସନ୍ତା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। ଯେତିକି ସଂଖ୍ୟାରେ ଏନପିସିଆଇରେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । କ୍ଲିୟରରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟୟରେ ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ୧୧ ଜଣ ଲୋକଙ୍କୁ ସୁଭଦ୍ରା ପ୍ରଥମ କିସ୍ତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.