Latest Odisha News

BREAKING NEWS

ଦୁର୍ଗାପୂଜା ପାଇଁ ଆସନ୍ତାକାଲିଠୁ ଟୁଇନ ସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ଵର: ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେଲା ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୪ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହୋଇଛି । ୧୨ଟି ରୁଟ୍‌ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ।

କଟକରରେ ଅପରାହ୍ଣ ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ । କଟକରେ ବିଭିନ୍ନ ରାସ୍ତା ପାଇଁ ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ୧୪ ତାରିଖରୁ କଟକରେ ଭସାଣି ପାଇଁ ଟ୍ରାଫିକ କଟକଣା ଲାଗୁ ହେବ । ସକାଳ ୭.୧୫ରୁ ଭସାଣି ଶେଷ ପର୍ଯ୍ୟନ୍ତ ଏହା ଲାଗୁ ହେବ ।

ସେପଟେ ଭୁବନେଶ୍ୱରରେ ଅପରାହ୍ଣ ୪ଟାରୁ ରାତି ରାତି ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଖଣ୍ଡଗିରି ଛକରୁ ଜାଗମରା ଛକ ସଂଲଗ୍ନ ରାସ୍ତା, ଫାୟାର ଷ୍ଟେସନରୁ ଗଙ୍ଗନଗର ସହ ସଂଲଗ୍ନ ରାସ୍ତା, ସିଆରପି ଛକରୁ ପାଓ୍ଵାର ହାଉସ୍ ଛକ ସହ ସଂଲଗ୍ନ ରାସ୍ତା, ଜୟଦେବ ବିହାରରୁ ରାଜଭବନ ରାସ୍ତା, ଆଚାର୍ଯ୍ୟ ବିହାର-ଏଜି ଛକ-ଏୟାରପୋର୍ଟ ଛକ ରାସ୍ତା, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା, ବାଣୀବିହାରରୁ ଶିଶୁ ଭବନ ସହ ସଂଲଗ୍ନ ରାସ୍ତା, ରସୁଲଗଡ଼-କଳ୍ପନା ଛକ- ସାମନ୍ତରାପୁର ଛକ, ବରମୁଣ୍ଡାରୁ ପଳାସୁଣି ସର୍ଭିସ ରୋଡ୍‌ରେ ଭାରିଯାନ ଚଳାଚଳ ମନା କରାଯାଇଛି।

Leave A Reply

Your email address will not be published.