Latest Odisha News

BREAKING NEWS

ବଦଳିଲା ଏକଜିଟ୍ ପୋଲ୍ ରିପୋର୍ଟ: ହରିୟାଣାରେ ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି

ନୂଆଦିଲ୍ଲୀ: ଧିରେ ଧିରେ ହୃଦସ୍ପନ୍ଦନ ବଢାଇବାରେ ଲାଗିଛି ଜମ୍ମୁ-କାଶ୍ମୀର ଏବଂ ହରିୟାଣା ନିର୍ବାଚନ ଫଳାଫଳ । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ ଜମ୍ମୁରେ ଆଗରେ ରହିଛି କଂଗ୍ରେସ । ହେଲେ ହରିୟାଣାରେ ଏକଜିଟ୍ ପୋଲ୍ ଆକଳନ ସଂପୂର୍ଣ୍ଣ ଓଲଟିଯାଇଥିବା ନଜର ଆସୁଛି ।

ବିଜେପି ପ୍ରାଥମିକ ପର୍ଯ୍ୟାୟରେ ଆଗୁଆ ଥିବା ବେଳେ ଏବେ ମ୍ୟାଜିକ ନମ୍ବର ୪୬ ଡେଇଁବା ସହିତ ଅର୍ଦ୍ଧଶତକ ଛୁଇଁଛି । ବିଜେପି ଏବେ ୫୦ ସିଟ ଆଗରେ ରହିଥିବା ବେଳେ କଂଗ୍ରେସ ୩୪ ସିଟରେ ପଛରେ ରହିଛି । ଲାଜୁଛି ଏଥର ପୁଣି କଂଗ୍ରେସକୁ ହରିୟାଣାରେ ନିରାଶ ହେବାକୁ ପଡିବ । ପୁଣି ତୃତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବ ବିଜେପି ।

ସେପଟେ ଏଥର ଜମ୍ମୁ-କାଶ୍ମୀର ରେଜଲ୍ଟ ବିଜେପିକୁ ଶକ୍ତ ଆଘାତ ଦେଇପାରେ । କାରଣ ସେଠାରେ ବିଜେପିକୁ ବହୁ ପଛରେ ପକାଇ ୫୨ ସିଟରେ ଆଗରେ ରହିଥିବା ବେଳେ ବିଜେପି ୨୬ ସିଟରେ ବୟୁ ପଛରେ ପଡିଛି । ଦୀର୍ଘ ୧୦ ବର୍ଷ ପରେ ଜମ୍ମୁଓ କାଶ୍ମୀରରେ ନିର୍ବାଚନ ହୋଇଥିବା ବେଳେ ଏଥିରେ ବିଜେପି ନିଜର ଦବଦବା ଦେଖାଇଥିବା ବେଳେ ଏବେ ରେଜଲ୍ଟ କିନ୍ତୁ ବିଜେପିର ମନ ମଉଳାଇ ଥିବା ସାମ୍ନାକୁ ଆସିଛି ।

ତେବେ ଆଗକୁ କିଏ ସତ୍ତାରେ ରହୁଛି ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.