Latest Odisha News

BREAKING NEWS

ବିଜେଡିକୁ ଟାର୍ଗେଟ୍, ସରକାରୀ କୋଠାର ରଙ୍ଗ କାହିଁକି ବଦଳାଇ ସବୁଜ କରିଥିଲ

ଭୁବନେଶ୍ୱର: ସରକାରୀ କୋଠାକୁ କମଳା ଏବଂ ନାଲି ରଙ୍ଗ କରିବା ନେଇ ବିଜେପିକୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି ଯେ “ଅନ୍ୟକୁ କହିବା ପୂର୍ବରୁ ଜଣେ ନିଜ କାର୍ଯ୍ୟକୁ ଦେଖିବା ଉଚିତ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ କହିବେ କି, ସେମାନେ ସରକାରୀ କୋଠାର ରଙ୍ଗ କାହିଁକି ବଦଳାଇ ଦେଇ ସବୁଜ କରିଥିଲେ।”

ପ୍ରତିବର୍ଷ ମୌସୁମୀ ପରେ ସରକାରୀ କୋଠାର ମରାମତି ଏବଂ ରକ୍ଷଣାବେକ୍ଷଣ କରିବାକୁ ପଡେ। କୋଠାରେ ପୁନଃ ରଙ୍ଗ ମାରିବା ମଧ୍ଯ ରକ୍ଷଣାବେକ୍ଷଣର ଏକ ଅଂଶ ବୋଲି ସେ କହିଛନ୍ତି।

Comments are closed.