Latest Odisha News

ରାତି ପାହିଲେ ପୂଜା: ଟ୍ବିନ୍ ସିଟି ଜଗିବେ ୧୦୨ ପ୍ଲାଟୁନ ପୋଲିସ୍

ଭୁବନେଶ୍ବର: ରାତି ପାହିଲେ ପୂଜା । ମଣ୍ଡପେ ବିରାଜିବେ ମା ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ କମିଶନରେଟ୍ ପୋଲିସ ମଧ୍ୟ ଅଣ୍ଟା ଭିଡି ସାରିଲେଣି । କିପରି ସୁରୁଖୁରୁରେ, ବିନା ବିଶୃଙ୍ଖଳାରେ ପୂଜା ମଉଜ ହେବ ସେନେଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ରାଫିକ ନିୟମରେ କଟକଣା କରାଯାଇଥିବା ବେଳେ ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଏସ୍. ଦେବଦତ୍ତ ସିଂହ ।

ତେବେ  ଦୁର୍ଗାପୂଜାରେ ଭୁବନେଶ୍ୱରରେ ୧୮୭ ପେଣ୍ଡାଲ ହୋଇଥିବା ବେଳେ ଏଥିପାଇଁ ମୋଟ ୩୮ ପ୍ଲାଟୁନ ପୋଲିସ ମୁତୟନ ହେବେ । ସେହିପରି କଟକରେ ୧୬୬ ମେଢ଼ ହୋଇଥିବା ବେଳେ ସେଠି ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ । ୬ ପ୍ଲାଟୁନ ସିଆରପିଏଫ, ୩ ପ୍ଲାଟୁନ ରାପିଡ୍‌ ଆକ୍ସନ୍ ଫୋର୍ସ, ୨୦୦ ଅଫିସରଙ୍କ ସହ ସିଏପିଏଫ ଫୋର୍ସ ମୁତୟନ ହେବେ । ଏଥିସହିତ ଛିନ୍‌ତାଇ ରୋକିବାକୁ ସାଦା ପୋଷାକରେ ରହିବେ ସ୍ୱତନ୍ତ୍ର ପୋଲିସ । ଆହୁରି ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ସିସିଟିଭି ସର୍ଭେଲାନ୍ସରେ ରହିବ ବୋଲି ସୂଚନା ଦେଇଛନ୍ତି କମିଶନର ।

Leave A Reply

Your email address will not be published.