Latest Odisha News

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନ: ହାତେଇଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି । ଦମନ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ଦୁଇ ଜଣ ନିର୍ଦ୍ଦେଶକ । ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି ।

ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଛି ପୁରସ୍କାର । ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ।

ଏହାର ମୁଖ୍ୟ ଚରିତ୍ରରେ ବାବୁସାନ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।

ସିନେମା ‘ଦମନ’ର କଥାବସ୍ତୁ ହେଉଛି, ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା l ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାମ ଦମନ ରଖାଯାଇଥିଲା l ଅନ୍ୟପଟେ ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ । ସେପଟେ କିନ୍ତୁ ଦମନର ସଫଳତା ପରେ ଲୋକସେବା ଭାବନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ବସି ଚଳଚ୍ଚିତ୍ର ଦେଖିଥିଲେ l ଏପରିକି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ସାରା ରାଜ୍ୟରେ ଟିକସ ମୁକ୍ତ କରିଥିଲେ ସରକାର l

Leave A Reply

Your email address will not be published.