Latest Odisha News

BREAKING NEWS

ପୁଣି ଅଶାନ୍ତ ହୋଇଛି ସୀମାନ୍ତ; ଏନକାଉଣ୍ଟରରେ ଟଳିଲା ଜଣେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର କୋଣ୍ଟା ଏବଂ କିଷ୍ଟରାମ ସୀମାନ୍ତ ଜଙ୍ଗଲର ପମଲୁରରେ ନକ୍ସଲଙ୍କ ଉପସ୍ଥିତି ଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ଡ଼ିଆରଜି, ଏସଟିଫ, ବସ୍ତର ଫାଇଟର୍ସ, ୨୦୬ କୋବ୍ରା, ସିଆରପିଏଫ ଜବାନଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ନକ୍ସଲ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚଳାଇଥିଲେ ।

ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ । ଯେଉଁଥିରେ କିଷ୍ଟରାମ ଏରିଆ କମିଟି ସଦସ୍ୟ ଲୋକେଶର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.