Latest Odisha News

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର ଜେନାଙ୍କର ଭୁବନେଶ୍ୱର ଗୋଠପାଟଣାରେ ୧.୦୨ କୋଟି ମୂଲ୍ୟ ବିଶିଷ୍ଟ ଗୋଟିଏ ତିନି ମହଲା କୋଠା  ସହିତ  କଳିଙ୍ଗ ନଗରରେଏକ ଦୁଇ ମହଲା କୋଠା ରହିଛି। ସେହିପରି ଖୋର୍ଦ୍ଧାର ନିରାକରପୁରରେ ତାଙ୍କର ଗୋଟିଏ ଘର ଅଛି।

 

ଭୁବନେଶ୍ୱରରେ ତାଙ୍କର ୪ଟି ପ୍ଲଟ ଥିବା ବେଳେ ପୁରୀ ଅନ୍ତର୍ଗତ କଣାସରେ ଗୋଟିଏ ପ୍ଲଟ ରହିଛି। ସେ ତାଙ୍କ ଆକାଉଣ୍ଟରେ ୫ଲକ୍ଷ ୫୦ ହଜାର ଟଙ୍କା ଜମା ରଖିଛନ୍ତି। ତାଙ୍କର ୩ଟି ୨ ଚକିଆ ଗାଡ଼ି ଓ ଗୋଟିଏ ଚାରି ଚକିଆ ଗାଡ଼ି  ଅଛି। ତାଙ୍କ ଘରୁ ଜବତ ହୋଇଥିବା ନଗଦ ଟଙ୍କା, ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷପତ୍ରର ଦାମ୍ ମିଶି ପ୍ରାୟ ୯ ଲକ୍ଷ ଟଙ୍କା ହେବା ଭିଜିଲାନ୍ସ ସୂତ୍ରରୁ ଜଣା ପଡିଛି।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ପକ୍ଷରୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.