Latest Odisha News

BREAKING NEWS

ଭାରତ ହରାଇଲା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ, କିଏ ହେବେ ଉତ୍ତରାଧିକାରୀ?

ମୁମ୍ବାଇ: ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି। ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ସେନେଇ ଏବେ ଚାଲିଛି ଚର୍ଚ୍ଚା।

ରତନ ଟାଟାଙ୍କ ଦେହାନ୍ତ ପରେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗଳ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ‌କାରଣ ସମସ୍ତେ ଜାଣନ୍ତି ଯେ ରତନ ଟାଟା ଅବିବାହିତ ଥିଲେ। ଏଥିପାଇଁ ତାଙ୍କର କେହି ସନ୍ତାନ ମଧ୍ୟ ନାହାନ୍ତି। ରତନ ଟାଟାଙ୍କର କେହି ଉତ୍ତରାଧିକାରୀ ମଧ୍ୟ ନାହାଁନ୍ତି। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ତେବେ ଏହି ଅଚଳାଚଳ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି। ସେ ହେଉଛନ୍ତି ରତନଙ୍କ ସାବତ ଭାଇ, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି। ନୋଏଲ୍ ଟାଟାର ସମସ୍ତ ତିନୋଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି।

Leave A Reply

Your email address will not be published.