Latest Odisha News

ରତନ ଟାଟାଙ୍କ ଦେହାନ୍ତ ପରେ ଟିସିଏସର ବଡ଼ ନିଷ୍ପତ୍ତି, ଚଳିତ ଥର ବାତିଲ କଲା ଏହି ସବୁ କାର୍ଯ୍ୟ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆଜି ଏହାର ରୋଜଗାରର ଆକଳନ କରିବାକୁ ଯାଉଛି। ଲୋକମାନେ ବିଶ୍ୱାସ କରନ୍ତି ଯେ ଏଥର ସେମାନଙ୍କର ରୋଜଗାର ସାମାନ୍ୟ ବୃଦ୍ଧି ପାଇଛି।  କିନ୍ତୁ ଆକଳନଠାରୁ ଅଧିକ ରୋଜଗାର ହୋଇନାହିଁ। ଟାଟା କମ୍ପାନୀର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ମୃତ୍ୟୁ କାରଣରୁ ଟିସିଏସ୍ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଦେଇଛି। କମ୍ପାନୀ ଅଧିକାରୀ କହିଛନ୍ତି ଯେ ବୋର୍ଡ ମିଟିଂ ପରେ ଟିସିଏସ୍ ଏହାର ରୋଜଗାର ଆକଳନ କରିବ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ସନ୍ଧ୍ୟା ୭ଟାରେ ବିଶ୍ଳେଷକଙ୍କ ସହ ଏନେଇ ଏକ ବୈଠକ ହେବ ବୋଲି ବୋର୍ଡ କହିଛି। କିନ୍ତୁ ଆଜି ସନ୍ଧ୍ୟା ୫.୩୦ରେ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇଛି। ଏହି ବୈଠକରେ ରୋଜଗାରର ଆକଳନ କରାଯାଇଥାନ୍ତା । ଗତ ତିନିମାସ ମଧ୍ୟରେ ଟିସିଏସ୍ କମ୍ପାନୀର ଲାଭ ୯% ବୃଦ୍ଧି ପାଇଛି। ବର୍ତ୍ତମାନ କମ୍ପାନୀର ଲାଭ ୧୨,୦୪୦ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷ ୧୧,୦୭୪କୋଟି ଟଙ୍କା ଥିଲା। ସେହିପରି ବର୍ତ୍ତମାନ ହେବାକୁ ଥିବା ସମସ୍ତ ନିଯୁକ୍ତିକୁ ମଧ୍ୟ ବାତିଲ କରିଛି କମ୍ପାନୀ।

କମ୍ପାନୀର ଆୟ ମଧ୍ୟ ୫% ବୃଦ୍ଧି ପାଇଛି। କମ୍ପାନୀ ଜୁନ୍ ୨୦୨୪ରେ ୬୨,୬୧୩ କୋଟି ଟଙ୍କା ଆୟ କରିଥିବାବେଳେ ଗତ ବର୍ଷ ସମାନ ସମୟରେ ୫୯,୩୮୧ କୋଟି ଟଙ୍କା ଆୟ କରିଥିଲା।  ସୂଚନା ଥାଉକି ରତନ ଟାଟା ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁଗୁଲ୍ ମାଲିକ ସୁନ୍ଦର ପିଚାଇ ଏକ୍ସରେ ରତନ ଟାଟାଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି। ପିଚାଇ ଟ୍ୱିଟ୍ କରି କହିଛନ୍ତି, ଗୁଗୁଲରେ ରତନ ଟାଟାଙ୍କୁ ଶେଷ ଥର ପାଇଁ ଭେଟିଥିଲେ। ଆମେ ୱେମୋ ବିଷୟରେ ଆଲୋଚନା କରିଥିଲୁ ଏବଂ ତାଙ୍କ ଚିନ୍ତାଧାରା ଶୁଣିବା ବହୁତ ଭଲ ଥିଲା। ସେ ରତନ ଟାଟାଙ୍କ କାର୍ଯ୍ୟ ଏବଂ ତାଙ୍କର ଭଲ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ରତନ ଟାଟା ଭାରତରେ ଅନେକ ଲୋକଙ୍କୁ ବ୍ୟବସାୟ ଚଳାଇବାକୁ ଶିଖାଇଥିଲେ।

Leave A Reply

Your email address will not be published.