Latest Odisha News

ରାଜ୍ୟରେ ବଢିବ ମାଗଣା ଚାଉଳ ଅବଧି

ଭୁବନେଶ୍ବର: କେନ୍ଦ୍ର ପରେ ଏବେ ରାଜ୍ୟ ବଢ଼ାଇବ ଗରିବଙ୍କୁ ଦିଆଯାଇଥିବା ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧିକୁ ବୃଦ୍ଧି କରାଯିବା ପାଇଁ ଯୋଜନା ଚାଲିଛି । କେନ୍ଦ୍ର ୨୦୨୮ ଯାଏଁ ଚାଉଳ ଅବଧି ବୃଦ୍ଧି କରିଥିବା ବେଳେ ଏବେ ରାଜ୍ୟରେ ଏହାର ସମୟ ଅବଧିକୁ ବୃଦ୍ଧି କରାଯିବ । ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ରାସନ କାର୍ଡରେ ପାଖାପାଖି ୨ କୋଟି ୩୦ ଲକ୍ଷ ଇକେଓ୍ବାଇସି କାମ ସରିଲାଣି । ଆହୁରି୧ କୋଟି ପାଖାପାଖି ଲୋକଙ୍କ ଇ-କେଓ୍ବାଇସି ବାକି ଅଛି । ଆଉ ୧୫-୨୦ ଦିନରେ ଏହାର କାର୍ଯ୍ୟ ସରିବା ପରେ ନୂଆ ରାସନ କାର୍ଡ ହିତାଧିକାରୀଙ୍କୁ ଦିଆଯିବେ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.