Latest Odisha News

୭ ବର୍ଷ ପୂର୍ବେ ଏଆଇକୁ ନେଇ ଏଭଳି ଭବିଷ୍ୟବାଣୀ କରିଥିଲେ ରତନ ଟାଟା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ୮୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଆଜି ସମଗ୍ର ବିଶ୍ୱ ଏହି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଚିନ୍ତାଧାରାକୁ ମନେ ପକାଉଛି।

ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ତାଙ୍କର ଟେକ୍ନୋଲୋଜି ପ୍ରତି ବିଶେଷ ଆଗ୍ରହ ମଧ୍ଯ ଥିଲା।

ଏକଦା ରତନ ଟାଟା କହିଥିଲେ ଯେ ଏଆଇ ଏବଂ ରୋବୋଟିକ୍ସ ଖୁବ୍ କମ୍ ସମୟ ମଧ୍ଯରେ ମଣିଷର ସ୍ଥାନ ନେଇପାରେ। ଟାଟା ଗ୍ରୁପ୍ ପବ୍ଲିକେସନ ସମୟରେ ସେ ତାଙ୍କର ମତାମତ ସେୟାର କରିଥିଲେ। ସେ ଆହୁରି ମଧ୍ଯ କହିଥିଲେ ଯେ ଏହି ପ୍ରକାର ଟେକ୍ନୋଲୋଜି ଖୁବ୍ ଉନ୍ନତ ଏବଂ ଅନେକ କ୍ଷେତ୍ରରେ ମଣିଷର ଆବଶ୍ୟକତାକୁ ହ୍ରାସ କରିବ। ଏପରିକି ଏହା ମଣିଷକୁ ରିପ୍ଲେସ୍ କରିବାର କ୍ଷମତା ମଧ୍ୟ ରଖୁଛି।

୨୦୧୭ରେ ରତନ ଟାଟା ଏସମ୍ପର୍କରେ କହିଥିଲେ। ଆଜି AI ର ଆଗମନ ପରେ AI ମଣିଷର ସ୍ଥାନ ନେଇପାରିବ କି ନାହିଁ ତାହା ସମଗ୍ର ବିଶ୍ୱରେ ଆଲୋଚନା ହେଉଛି।

 

Leave A Reply

Your email address will not be published.