Latest Odisha News

ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ଦାବି; ଧାରଣାରେ ବସିଲେ କୋଟିଆ ଲୋକେ

ପଟ୍ଟାଙ୍ଗୀ: ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି କରି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମବାସୀ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଯାହା କିଛି ସହାୟତା ପାଉଛନ୍ତି ତାହାର ଦୁଇ ଗୁଣା ସହାୟତା ପାଇବା ଲୋଭରେ ଆନ୍ଧ୍ର ରାଜ୍ୟର ଜଙ୍ଗଲଜମି ପଟ୍ଟା ହାତେଇବା ପାଇଁ ଏହା ଏକ ପ୍ରୟାସ ବୋଲି ଜଣାପଡିଛି । ଯାହା ଏବେ ଓଡିଶା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସୂଚନା ମୁତାବକ, କୋଟିଆର ପିଛା ଛାଡୁନି ଆନ୍ଧ୍ର । ଅନେକ ସମୟରେ ଉକ୍ତ ଗ୍ରାମକୁ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର ନିଜର ପଞ୍ଚାୟତ ଭାବେ ନାମିତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଯୋଜନା କରିଚାଲିଛି । ଅନ୍ୟପଟେ ଉକ୍ତ ଗ୍ରାମବାସୀ କୋଟିଆ ପଞ୍ଚାୟତ ଅଧିନରେ ରହି ଓଡିଶାର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହେଉଥିବା ବେଳେ ଜଙ୍ଗଲଜମି ପଟ୍ଟା ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.