Latest Odisha News

ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ୨୦୦୪ରୁ ୨୦୧୪ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଥିଲେ ନିରଞ୍ଜନ ପ୍ରଧାନ ।

ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ୨୦୦୪ରେ ସେ ବିଜେଡିରୁ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୦୦୯ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ତେବେ ୨୦୧୯ରେ ଟିକେଟରୁ ବଞ୍ଚିତ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ଆଜି ବିଧାନସଭା ଯିବ ନିରଞ୍ଜନଙ୍କ ମରଶରୀର । ସେଠାରେ ଦଳର ସମସ୍ତ ନେତା ଓ ମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବେ ।

Leave A Reply

Your email address will not be published.