Latest Odisha News

ସରକାରୀ ବାବୁଙ୍କୁ ମୋଦିଙ୍କ ଛାଟ: ବିଦା ହେବେ ଅଳସୁଆ, ଦୁର୍ନୀତିଖୋର୍ କର୍ମଚାରୀ

ନୂଆଦିଲ୍ଲୀ: କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଏମିତି କିଛି ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏନେଇ ମୋଦି କହିଛନ୍ତି,ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି କୌଣସି ବି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦେବାରେ ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ କେନ୍ଦ୍ର ସଚିବମାନେ ନିୟମ ଅନୁଯାୟୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର କଠୋର ମୂଲ୍ୟାଙ୍କନ କରନ୍ତୁ। ଏଥିରେ ଯିଏ ପଦବୀ ପାଇଁ ଅନୁପଯୁକ୍ତ ସାବ୍ୟସ୍ତ ହେବେ ତାଙ୍କୁ ଚାକିରୀରୁ ବିଦା କରାଯିବା।

ତେବେ ଗତ ବୁଧବାର ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ କିଛି ଏଭଳି ନିର୍ଦେଶ ଦେଇଛନ୍ତି। ସିସିଏସ(ପେନସନ) ନିୟମର ମୌଳିକ ନିୟମ ୫୬(ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୌଳିକ ନିୟମ ୫୬(ଜେ) ଅନୁଯାୟୀ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନୁପଯୁକ୍ତ ସାବ୍ୟସ୍ତ ହୁଅନ୍ତି, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବି ବହିଷ୍କାର କରିପାରିବେ। ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସରକାର ଉକ୍ତ କର୍ମଚାରୀଙ୍କୁ ୩ ମାସ ଆଗରୁ ନୋଟିସ ପ୍ରଦାନ କରିବେ ଅଥବା ଆଗୁଆ ୩ ମାସ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦେଇ ଚାକିରିରୁ ବିଦା କରିପାରିବେ।

 

Leave A Reply

Your email address will not be published.