Latest Odisha News

BREAKING NEWS

ନିହୋନ ହିଡାନକୋଙ୍କୁ ନୋବେଲ୍ ଶାନ୍ତି ଘୋଷଣା

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ପ୍ରଦାନ କରାଯାଇଛି।

ଶୁକ୍ରବାର ଦିନ ଏହା ଘୋଷଣା କରି ନରୱେ ନୋବେଲ କମିଟି କହିଛି ଯେ ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପରମାଣୁ ଅସ୍ତ୍ର ବିରୋଧରେ ଦୀର୍ଘଦିନ ଧରି ଅଭିଯାନ ଚଳାଇଥିବାରୁ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ବିଶ୍ୱକୁ ଆଣବିକ ମୁକ୍ତ କରିବା ପାଇଁ ଏହି ସଂଗଠନ ବର୍ଷ ବର୍ଷ ଧରି ସଂଘର୍ଷ କରିଆସୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ବ୍ୟକ୍ତିଙ୍କ ଦ୍ବାରା ଏହି ଜାପାନୀ ସଂଗଠନ ଗଠନ କରାଯାଇଥିଲା। ସେମାନଙ୍କୁ ହିବାକୁଶା ମଧ୍ୟ କୁହାଯାଏ।

 

Comments are closed.