Latest Odisha News

ଧରାପଡିଲେ ଆଉ ଜଣେ ରଙ୍ଗିଲା ବାବା, ଗେରୁଆ ବସ୍ତ୍ର ଭିତରେ କଳା ଚେହେରା

ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡବାବାଙ୍କ କଳା କାର୍ଣ୍ଣାମା । ମୁହଁରେ ଲମ୍ବା ଦାଢି, ମୁଣ୍ଡରେ ପଗଡି ସାଙ୍ଗକୁ ମସ୍ତକରେ ଚିତା, ଶରୀରରେ ରହିଛି ଗେରୁଆ ବସ୍ତ୍ର । ହେଲେ ବାବାଙ୍କ କାଣ୍ଡକାର୍ଣ୍ଣାମା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ବାବାଙ୍କର ଆପତ୍ତିଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଉପରୁ ପୂରା ଯୋଗୀ ହେଲେ ଭିତରୁ ଯୁବତୀ ଭୋଗୀ ରଙ୍ଗିଲା ବାବା । ତେବେ ଏହି ରଙ୍ଗିଲା ବାବା ନାମରେ ପରିଚିତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କୈବଲ୍ୟ ଜାନି । ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗରେ ଏହି ଭଣ୍ଡବାବାଙ୍କୁ ଗିରଫ କରିଛି ପୋଲିସ୍ । ଏବେ ବାବାଙ୍କର ଗୋଟେ ପରେ ଗୋଟେ କଳା ଗୁମର ଫିଟିବାରେ ଲାଗିଛି ।

ତେବେ ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ କରିବା ପରେ ତିଗିରିଆ ଅଞ୍ଚଳରେ ଥିବା ବାବାଙ୍କ ଆଶ୍ରମରେ ଢେଙ୍କାନାଳ ଏବଂ ତିଗିରିଆ ପୋଲିସ ମିଳିତ ଚଢ଼ାଉ କରି ବାବାଙ୍କୁ ବାନ୍ଧିଥିଲେ । ଚଢ଼ାଉ ସମୟରେ ବାବାଙ୍କ କାରରୁ ଆପତ୍ତିଜନକ ଅନେକ ଫଟୋ ବି ମିଳିଥିଲା, ଯାହା ଅତ୍ୟନ୍ତ ଅଶ୍ଳୀଳ ଥିଲା । ଯୁବତୀଙ୍କ ସହିତ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୁଲିସ ହାତରେ ଲାଗିଥିଲା । ଏବେ ବାବାଙ୍କର କିଛି ଭିଡିଓ ସୋସିଆଲ ମିଡିଆାରେ ମଧ୍ୟ ଘୂରିବୁଲୁଛି । ଯେଉଁଥିରେ ବାବା ପୂରା ମତୁଓ୍ବାଲା ହୋଇ ନାଚୁଛନ୍ତି ।

ଯାହାସବୁ ଜଣାପଡିବା ପରେ ଏବେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବାବା ଆଉ କେଉଁ କେଉଁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି ।

Leave A Reply

Your email address will not be published.