Latest Odisha News

ଆଉ ରିସ୍କ୍ ନେବେନି ରାହୁଲ: ଏଥର ମହାରାଷ୍ଟ୍ର ପାଇଁ ମହାରଣନୀତି

ନୂଆଦିଲ୍ଲୀ: ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି ପୁନରାବୃତ୍ତି ମହାରାଷ୍ଟ୍ରରେ ନ ହେଉ ସେଥିପାଇଁ ଆଗୁଆ ଅଣ୍ଟା ଭିଡିଲେଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରସ୍ତୁତି କିପରି ଚାଲିଛି ସେନେଇ କଂଗ୍ରେସ ନେତାଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ଆଗକୁ ମହାରାଷ୍ଟ୍ର ନିର୍ବାଚନ ଆସୁଥିବାରୁ ଏହାକୁ ନେଇ ବିଭିନ୍ନ କଂଗ୍ରେସ ନେତାଙ୍କ ସହ ଏହାର ରୋଡମ୍ୟାପ ନେଇ ରାହୁଲ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ରାହୁଲ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ, ବିଜୟ ଓ୍ବାଡତିଆର, ପୃଥ୍ବୀରାଜ ଚବାନ, ବାଲାସାହେବ ଥୋରାଟ, ବର୍ଷା ଗାଇକଓ୍ବାଡ ଏବଂ ରମେଶ ଚେନିଥାଲାଙ୍କ ସମେତ ଅନ୍ୟାନ୍ୟ ନେତାଙ୍କୁ ନେଇ ଦିଲ୍ଲୀରେ ବୈଠକ ବସିଛି । ବୈଠକରେ ଭୁଲ୍ କେଉଁଠି ରହିଲା, କ’ଣ ଆଗକୁ ସୁଧାରିବା ଆବଶ୍ୟକ, କିପରି କଂଗ୍ରେସ ବିଜେପିକୁ ମାତ୍ ଦେବ ସେନେଇ ରଣନୀତି ପ୍ରସ୍ତୁତ ହେବ ।

ତେବେ କହିରଖୁଛୁ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୪୮ ସିଟ୍ ଜିତି କଂଗ୍ରେସକୁ ପରାସ୍ତ କରିଛି ବିଜେପି । ଏଠି କଂଗ୍ରେସ ୩୭ ଆସନ ହାତେଇ ଦ୍ବିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.